ପାରିବାରିକ କଳହକୁ କେନ୍ଦ୍ରକରି ବିଷପିଇ ଆତ୍ମହତ୍ୟା
Poisoned suicide centered on family quarrels.
ଭଞ୍ଜନଗର -- ଜଗନ୍ନାଥପ୍ରସାଦ ଥାନା ନିକଟ କୁମ୍ଭାର ସାହିର ହାଡୁବନ୍ଧୁ ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ବେହେରା ବିଷପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟା ପଛରେ ପାରିବାରିକ ଅଶାନ୍ତି ରହିଥିବା କୁହାଯାଉଛି । ଏହି ଘଟଣା ଗୁରୁବାର ଅପରାହ୍ନ ରେ ଘଟିଛି । ଖବର ନେବାରେ ଜଣାପଡିଛି ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମର ନିର ବେହେରାଙ୍କ ପୁଅ ସୂର୍ଯ୍ୟକାନ୍ତ ବେହେରା କିଛି ଦିନ ହେଲା ଜଗନ୍ନାଥପ୍ରସାଦ କୁମ୍ଭାର ସାହିରେ ରହୁଥିବା ହାଡୁବନ୍ଧୁ ବେହେରା ଙ୍କ ପୋଷ୍ୟପୁତ୍ର ଭାବେ ସୂର୍ଯ୍ୟକାନ୍ତ ରହିଥିଲେ । ଆଜି କୌଣସି କାରଣକୁ ନେଇ ପାରିବାରିକ ଅଶାନ୍ତି ଦେଖାଦେଇଥିଲା । ଏହି ଘଟଣାକୁ ନେଇ ସୂର୍ଯ୍ୟକାନ୍ତ ମାନସିକ ହରାଇ ଘରେଥିବା କିଟନାଶକ ବିଷ ପିଇ ଦେଇଥିଲେ । ପରେ ଗୁରୁତର ଅବସ୍ଥାରେ ଜଗନ୍ନାଥପ୍ରସାଦ ଓ ପରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁ ଘଟିଥିଲା । ଜଗନ୍ନାଥପ୍ରସାଦ ପୋଲିସ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ମୃତ ସୂର୍ଯ୍ୟକାନ୍ତର ଶବକୁ ଜବତ କରିଛି । ତଦନ୍ତକରି ବ୍ୟବଛେଦ ଗୁହକୁ ପଠାଇ ଦିଆଯାଇଛି । ଶୁକ୍ରବାର ଦିନ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କ ଠାରୁ ସୁଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୫/୨୦୨୨----୧୦,୦୦ Sakhigopal News,5/5/2022