ଚନ୍ଦନ ପୋଖରୀରେ ବୁଡିଲା ଡଙ୍ଗା ; ଚାପ ହେଲାନାହିଁ,ଡଙ୍ଗା ଛୁଆଁଇ ଠାକୁରଙ୍କ ନୀତିକାନ୍ତି କରାଗଲା
The boat sank in the sandalwood pond; Not to be outdone, Thakur’s policy was touched by touching the boat.
ସାକ୍ଷୀଗୋପାଳ----ସାକ୍ଷୀଗୋପିନାଥ ଦେବଙ୍କ ଚାପଡଙ୍ଗା ଚନ୍ଦନ ପୋଖରୀରେ ବୁଡିଗଲା । ଯାହାକି ଚାପରେ ଆଜି ଠାକୁର ଚାପଖେଳି ପାରିଲେ ନାହିଁ । କେବଳ ଠାକୁର ଆସି ଚାପ ଛୁଇଁ ଦେଇ ନୀତିକାନ୍ତି କରାଯାଇଥିଲା । ସୁଚନାଯୋଗ୍ୟ ଯେ ଅପରାହ୍ନ ୩ଟା ସମୟରେ ଡଙ୍ଗାରେ ଅଳଜପ ପାଣିଥିବା ମନ୍ଦିର ର୍କମଚାରୀ ଦେଖିଥଲେ । ୫ଟା ବେଳକୁ ପାଣିରେ ଚାପ ଡଙ୍ଗା ବୁଡି ଯାଇଥିଲା । ମନ୍ଦିର ତରଫରୁ ଭୋଇ ସେବକ ଓ ଚଉଦଳ କାନ୍ଧେଇବା ସେବକ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ଡଙ୍ଗା ଉଠାଇବା ପାଇଁ ଚେଷ୍ଟା କରାଯାଇଥିଲା । ଏପରିକି ସତ୍ୟବାଦୀ ଅଗ୍ନିଶମ ବିଭାଗ ପକ୍ଷରୁ ପାଣିକଳ ଦ୍ୱାରା ପାଣି ନିଷ୍କାସନ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଡଙ୍ଗା ଉଠାଇବାରେ ବିଫଳ ହୋଇଥିଲେ । କାରଣ ଦୁଇଟି ଡଙ୍ଗା ଏକାଠି ଖଞ୍ଜାହେବା ସହ ସେଥିରେ ଠାକୁରଙ୍କ ବିମାନ ରହିଛି । ଯାହାକି ପାଣିରୁ ଦୁଇଟି ଡଙ୍ଗା ଉଠିବା ସହଜ ହେଲାନାହିଁ । ଅନ୍ୟ ପକ୍ଷେ ଏହି ଘଟଣାକୁ ନେଇ ବିଭିନ୍ନ କଥା ଆଲେଚନା ହେଉଥିବା ଜଣାପଡିଛି । ଘଟଣା ସ୍ଥଳରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ କ୍ଷୀରୋଦ କୁମାର ବେହେରା, ଥାନା ଆଇଆଇସି ବିଜୟ କେତନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜି ଚାପ ଛୁଇଁ ଠାକୁରଙ୍କ ନୀତିକାନ୍ତି କରାଯିବ ଆସନ୍ତା ଖାଲି ଡଙ୍ଗା ପାଣିରୁ ଉଠିବା ପରେ ଚାପ ଖେଳିବେ ମହାପ୍ରଭୁ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୫/୨୦୨୨---୮,୪୦
Sakhigopal News, 5/5/2022