Breaking News

ରଘୁନାଥ ଦେବଙ୍କ ୨୪ତମ ରାମଚରିତ ମାନସ ଉଦଯାପିତ


Raghunath Dev's 24th Ramcharit Manas is celebrated.


ଜଟଣୀ,------ ଜଟଣୀ ଅଧିନସ୍ଥ ଐତିହାସିକ ଗ୍ରାମ ବଡତୋଟାରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ରଘୁନାଥ ଦେବଙ୍କ ୨୪ ତମ ରାମଚରିତ ମାନସ ଉଦଯାପିତ ହୋଇଯାଇଛି ।  ୫ଦିନ ବ୍ୟାପି ଆୟୋଜିତ ବିଶ୍ୱଶନ୍ତି ମହାଯଜ୍ଞର  ସଂଧ୍ୟାରେ ପୁର୍ଣ୍ଣାହୁତି ହୋଇଯାଇଛି । ଆଚାର୍ଯ୍ୟ ପଣ୍ଡିତ ପବିତ୍ର ମୋହନ ମହାପାତ୍ର, ପଣ୍ଡିତ କୃଷ୍ଣମୋହନ ମହାପାତ୍ର ପ୍ରମୁଖ ଯଜ୍ଞ କାର୍ଯ୍ୟ ସମାପନ କରିଥିବା ବେଳେ ଏଥିରେ ପ୍ରବଚକଭାବେ ଜୟକୃଷ୍ଣ ଦାସ ଓ କାଶୀନାଥ ଦାସ ପ୍ରଭୃତି  ରହିଥିଲେ ।  କର୍ତାଭାବେ ପ୍ରକାଶ କୁମାର ପାଟ୍ଟଶାହାଣୀ ଓ କର୍ତ୍ତୀ ଭାବେ ମନୋରମା ପାଟ୍ଟଶାହାଣୀ ରହିଥିଲେ । ପରିଚାଳନା ସଂଯୋଜକଭାବେ ରାଜକିଶୋର ସାହୁ , ବିଷ୍ଣୁ ପ୍ରସାଦ ସ୍ୱାଇଁ , ଜବାହାରଲାଲ ସୁବୁଦ୍ଧୀ, ରମେଶଚନ୍ଦ୍ର ମଙ୍ଗରାଜ, ଲକ୍ଷ୍ମଣ କୁମାର ସାହୁ ପ୍ରଭୃତିଙ୍କ ସହିତ ଅନ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

 ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୮/୫/୨୨୨---୬,୧୫ 

  Sakhigopal News, 8/5/2022


Blog Archive

Popular Posts