Breaking News

ମୈାଳିକ ବ୍ୟବସ୍ଥାରୁ ବାଦ ପଡିଛି ୨୯ବର୍ଷର ଫାଣ୍ଡି, ସାଇକେଲରେ ଡିଉଟି କରୁଛନ୍ତି ଫାଣ୍ଡି ଅଧିକାରୀ

29-year-old Fundi is excluded from the basic system, Fundi officials are on duty on bicycles.


ଜଟଣୀ,----- ଜଟଣୀ ନିକଟସ୍ଥ ନିଜିଗଡ କୁରଖୀଠାରେ ଥିବା ଓଡିଶା ଇଜିଂନିୟରୀଂ କଲେଜ(ଓଇସି) ପରିସରରେ ରହିଥିବା ଦିର୍ଘ ୨୯ ବର୍ଷ ପୁରୁଣା ଫାଣ୍ଡି ଏବେ ମୈାଳିକ ସୁବିଧାରୁ ବାଦ ପଡିଛି । ଉକ୍ତ ଫାଣ୍ଡିରେ ବିଦ୍ୟୁତ ସେବା, ପାନୀୟଜଳ ଓ ଭିତିଭୂମିର ସମସ୍ୟା ରହିଥିବା ବେଳେ କେବଳ ୨ଜଣ ଅଧିକାରୀଙ୍କୁ ନେଇ ଚାଲିଛି ଏହି ଫାଣ୍ଡି । ସେଥି ମଧ୍ୟରୁ ଫାଣ୍ଡିଧିକାରୀ ଦାୟିତ୍ୱରେ ଥିବା ହାବିଲଦାର ଗାଡି ଚଲାଇବା ଜାଣିନଥିବାରୁ ସାଇକେଲଧରି ଅଭିଯୋଗସ୍ଥଳକୁ ଯାଉଛନ୍ତି । ଉକ୍ତ ଫାଣ୍ଡି ଅଧିନରେ ଜଟଣୀବ୍ଲକର କେତେକ ଗ୍ରାମ ନିର୍ଭର କରୁଥିବା ବେଳେ ଆଉ କିଛି ଗ୍ରାମ ପିପିଲିଥାନା ଅଧିନସ୍ଥ  ରହିଛି । 

ସୁଚନା ଯୋଗ୍ୟ ଯେ ଜଟଣୀ-ସୁନ୍ଦରପଦା ମୂଖ୍ୟ ରାସ୍ତାର ନିଜିଗଡକୁରଖୀଠାରେ ଥିବା ଓଇସି କଲେଜ ପରିସରରେ ରହିଛି ଓଇସି ପୁଲିସ ଫାଣ୍ଡି । ଏହାକୁ ୧୯୯୩ ମସିହାରେ ତତ୍କାଳୀନ ପୁଲିସ ଡି.ଜି ଶରତଚନ୍ଦ୍ର ମିଶ୍ର ଉଦଘାଟନ କରିଥିଲେ । ଏହି ଫାଣ୍ଡି ଅଧିନରେ ରହିଛି ଜଟଣୀ ଓ ପିପିଲି ଅଂଚଳର ମୋଟ ୭ହଜାର ଜନସଂଖ୍ୟା ବିଶିଷ୍ଟ  ୮ଟିରୁ ଉର୍ଦ୍ଧ୍ୱ ଗ୍ରାମ । ଏହା ବ୍ୟତିତ ଜାଭିୟର ବିଶ୍ୱବିଦ୍ୟାଳୟ,ଆଦିତ୍ୟ ବିର୍ଲା ପବ୍ଲିକ ସ୍କୂଲ, ମହିଳା ମହାବିଦ୍ୟାଳୟ ଇତ୍ୟାଦି ସ୍କୂଲ ଓ କଲେଜମାନ ରହିଛି । ହେଲେ ରାଜ୍ୟ ସରକାରଙ୍କ ଗୃହବିଭାଗ ପକ୍ଷରୁ ଅନେକ ଥାନା ଏବଂ ଫାଣ୍ଡିର ଭୌଗଳିକ ସ୍ଥିତିର ପରିବର୍ତନ ହୋଇଥିବା ବେଳେ ଉକ୍ତ ଫାଣ୍ଡିର ସ୍ଥିତି ଦୟନୀୟ ହୋଇଛି । ଏଡି ଫାଣ୍ଡିରେ ଜଣେ ହାବିଲଦାର ଓ ଜଣେ କନେଷ୍ଟବଳ ଦାୟିତ୍ୱରେ ରହିଛନ୍ତି । ଏଠାରେ ସହକାରୀ ସବଇନସପେକ୍ଟର ପାହ୍ୟାର ଜଣେ ଅଧିକାରୀ ନିଯୁକ୍ତ ରହିଥିବା ବେଳେ ଅଧିକାରୀ ଜଣଙ୍କ ପିପିଲିଥାନାରେ ଡିଉଟି କରୁଛନ୍ତି । ଫଳରେ ଏଠାରେ ଅନେକ ସମସ୍ୟା ଦେଖାଦେଉଥିଲେ ମଧ୍ୟ ମାମଲା ରୁଜୁ ହୋଇପାରିନଥାଏ । ଅନ୍ୟପଟେ ଏହି ଫାଣ୍ଡିରେ ପୁଲିସ ଭ୍ୟାନ ଓ ପିସିଆର ବାଇକଟିଏ ମଧ୍ୟ ନଥିବା ବେଳେ ଫାଣ୍ଡି ଦାୟିତ୍ୱରେ ରହିଥିବା ହାବିଲଦାର ଭଟ୍ଟବାବୁ ବାଇକ ଚଳାଇ ଜାଣିନଥିବାରୁ କୈାଣସି କାର୍ଯ୍ୟ ପଡିଲେ ସାଇକେଲରେ ଯାଇ ଘଟଣାସ୍ଥଳରେ ବଡ କଷ୍ଟରେ ପହଁଚିଥାନ୍ତି । ତେଣୁ ଏଠାରେ ପେଟ୍ରୋଲିଂ ହୋଇପାରେ ନାହିଁ । ଯଦି କେହି ଅଭିଯୋଗ ନେଇ ଅଭିଯୋଗକାରୀ ଫାଣ୍ଡିକୁ ଆସନ୍ତି ତେବେ ଅଭିଯୋଗକାରୀଙ୍କ ବାଇକରେ ବସି ଘଟଣାସ୍ଥଳକୁ ଅଧିକାରୀ ଯାଇଥାନ୍ତି । ସବୁଠାରୁ ବଡ କଥା ହେଉଛି ଉକ୍ତ ଫାଣ୍ଡିରେ ଅଧିକାରୀମାନେ ପୋଷାକ ପରିବର୍ତେ ଲୁଙ୍ଗି ପିନ୍ଧି ରହୁଥିବା ଦେଖିବାକୁ ମିଳନ୍ତି । ଫାଣ୍ଡିକୁ  ପାଚେରୀ ପରିବର୍ତେ ଖତରିଆ ବାଉଁସବନ୍ଧା ତାଟ ଓ ଆଜବେଷ୍ଟସ ସାହାଭରସା । ଫାଣ୍ଡିରେ ପାନୀୟଜଳ ବ୍ୟବସ୍ଥା ନଥିବାରୁ ଓଇସି କଲେଜରୁ ଆଣି ବ୍ୟବହାର କରିଥାନ୍ତି । ଯଦି ଓଇସି କଲେଜର ମୋଟରରେ ତ୍ରୁଟି ଦେଖାଯାଏ ତେବେ ଫାଣ୍ଡିପୁଲିସ ବିନାଜଳରେ ରହିବାକୁ ବାଧ୍ୟ ହୋଇଥାନ୍ତି । ଏଥି ସହିତ ଏଠାରେ ଶୈାଚାଳୟଟିଏ ମଧ୍ୟ ନାହିଁ । ଫଳରେ ଦୁଇ ପୁଲିସଧିକାରୀ ପଦାକୁ ଶୈାଚପାଇଁ ଯାଇଥାନ୍ତି । ଏହିଭଳି ମୈାଳିକ ସୁବିଧାରୁ ମଧ୍ୟ ବାଦ ପଡିଛି ଓଇସି କଲେଜ ଅଧିନସ୍ଥ ଫାଣ୍ଡି । ତେବେ ଏହି ଫାଣ୍ଡିଟି ପିପିଲିଥାନା ଅଧିନରେ ରହିଥିବାରୁ ଏ ନେଇ ପିପିଲିଥାନା ଅଧିକାରୀ ଅଭିମନ୍ୟୁ ନାୟକଙ୍କୁ ପଚାରିବାରେ ସେ କୁହନ୍ତି, ଉକ୍ତ ଫାଣ୍ଡିଟି ବିଗତଦିନରେ ଅଂଚଳର ଗୁରୁତ୍ୱପୁର୍ଣ୍ଣ ଦାୟିତ୍ୱ ଗ୍ରହଣ କରୁଥିଲା । ମାତ୍ର ଓଇସି କଲେଜ ବନ୍ଦ ହୋଇଯିବାରୁ ଉକ୍ତ ଫାଣ୍ଡି ଉପରେ ସେତେଟା ଗୁରୁତର ଦାୟିତ୍ୱ ପଡୁନାହିଁ । ଏଥି ସହିତ ସେଠାରେ ବହୁ ମୈାଳିକ ସମସ୍ୟା ରହିଥିବାରୁ ଷ୍ଟାଫମାନଙ୍କୁ ସେଠାକୁ ପଠାଯାଉନାହିଁ । ଉକ୍ତ ଫାଣ୍ଡିଟିକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହି ଫାଣ୍ଡି ରହିଥିବାରୁ ମାଫିଆମାନେ ଖଣି ଓ ଜମି ଲୁଟ ସହିତ ନିଶା ଦ୍ରବ୍ୟ ଚାଲାଣ କରିବାକୁ ସଂକୋଚ ମନେକରୁଥିଲେ । ଏବେ ଖୋଦ ଫାଣ୍ଡି ସଂକୋଚିତ ଅବସ୍ଥାରେ ରହିଛି ବୋଲି କହିଛନ୍ତି ଅଂଚଳବାସୀ । 

 ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୫/୨୦୨୨---୬,୧୦   

  Sakhigopal News, 8/5/2022


Blog Archive

Popular Posts