ସତ୍ୟବାଦୀ ପଞ୍ଚସଖା ସମାଧିପୀଠ ପରିସରରୁ ଜାତୀୟ ଶିକ୍ଷା ନୀତି ବିରୁଦ୍ଧରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ
ସାକ୍ଷୀଗୋପାଳ-----ସତ୍ୟବାଦୀ ପଞ୍ଚସଖା ସମାଧିପୀଠ ପରିସରରୁ ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ ପକ୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ ବିରୁଦ୍ଧରେ ଏକ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଦସ୍ତଖତ ଅଭିଯାନ ଆରମ୍ଭ ହେବା ଆଗରୁ ଅତିଥି ମାନେ ପଞ୍ଚସଖାଙ୍କ ସାମଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସେ ଦିନର ପଞ୍ଚସଖାଙ୍କ ସ୍ମୃତି ଗାନ କରିଥିଲେ । ଏହି ଦସ୍ତଖତ ଅଭିଯାନକୁ ଉତ୍କଳ ବିଶ୍ୱବିଦ୍ୟାଳୟପୂର୍ପତନ ପ୍ରଫେସର ବିରେନ୍ଦ୍ର ନାୟକ, ଶିଶୁ ରୋଗ ବିଶେଷଜ୍ଞ ଡା. ସୁଧାଂଶୁ ଶେଖର ସେନାପତି, ଶିକ୍ଷା ଆନ୍ଦୋଳନର ନେତା ଚଣ୍ଡିଦାସ ଭଟ୍ଟଚାର୍ଯ୍ୟ, ଗୋପବନ୍ଧୁ ଜନ୍ମ ଶତବାର୍ଷିକୀ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଦ୍ୱାରିକାନାଥ ରଥ, ଚାଷୀ ନେତା କମ୍ରେଡ ରଘୁନାଥ ଦାସ, ଡେଲାଙ୍ଗ ବ୍ଳକ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନ, ଏଆଇଡିଏସଓ ର ପୂର୍ବତନ ରାଜ୍ୟ ସଭାନେତ୍ରୀ ଛବି ମହାନ୍ତି, ଏଆଇଡିଏସଓ ଓଡିଶା ରାଜ୍ୟ ପରିଷଦସର ସଭାପତି ଗଣେଷ ତ୍ରିପାଠୀ ସମ୍ପାଦକ ସବୁାଷ ନାୟକ ଉପସଭାପତି ସିର୍ଦ୍ଧାର୍ଥ ରଥ, ବବି ବଳବନ୍ତରାୟ, ଜୟନ୍ତ ମହାନ୍ତି, ନସିମ ସରକାର, ଭାଗ୍ୟରବି ଦାସଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ସମାଧିପୀଠରୁ ଏକ ଶୋଭଯାତ୍ରା ବାହାରି ବନବିଦ୍ୟାଳୟ ପରିସରକୁ ଯାଇ ସେଇ ଦିନର ବନ ବିଦ୍ୟାଳୟ କଥା ଉପରେ ଆଲେଚନା କରିଥିଲେ । ଶେଷରେ ସିଦ୍ଧବକୁନ ନିକଟରେ ଥିବା ବକୁଳବାଟିକା ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ଥିବା ଗଣତାନ୍ତ୍ରିକ ଓ ବୈଜ୍ଞାନିକ ମୂଲ୍ୟବୋଧକୁ ଧ୍ୱସଂ କରିବା ପାଇଁ ଚେଷ୍ଟା କରାଯାଉଛି । ଆଜିର କେନ୍ଦ୍ର ସରକାର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ପଦଦଳିତ କରି ଜାତୀୟ ଶିକ୍ଷାନୀତି-୨୦୨୦କୁ ଜନସାଧାରଣଙ୍କ ଉପରେ ଲଦି ଦେଇଛନ୍ତି । ତୁରନ୍ତ ଜାତୀୟ ଶିକ୍ଷା ନୀତି ୨୦୨୦ ପରିବର୍ତ୍ତନ କରିବା ପାଇଁ ଏଆଇ ଡିଏସଓ ସଂଗଠନ ପକ୍ଷରୁ ୧ ମେରୁ ସେପ୍ଟେମ୍ବର ୨୮ ତାରିଖ ୧୫୦ ଦିନ ଧରି ବିଭିନ୍ନ ବ୍ଳକ, ଜିଲ୍ଲାକୁ ଯାଇ ଏକ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଚାଲିବ ବୋଲି ସମ୍ପାଦକ ସୁବାଷ ନାୟକଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୫/୨୦୨୨---୯,୪୦ Sakhigopal News, 2/5/2022