ସତ୍ୟବାଦୀ ପଞ୍ଚାୟତ ସମିତି ପକ୍ଷରୁ ଭର୍ତ୍ତା ବଣ୍ଟନ ପାଇଁ ମିଶନ ଶକ୍ତି ସହଯୋଗ କରିବ; ହିତାଧିକାରୀ ବ୍ୟାଙ୍କ ନ ଆସି ଘରକୁ ଯିବ ବ୍ୟାଙ୍କ
Mission Shakti will assist in the distribution of allowances on behalf of the Satyavadi Panchayat Samiti; The beneficiary will go home without the bank.
ସାକ୍ଷୀଗୋପାଳ----- ସତ୍ୟବାଦୀ ତୁତୀୟ ପଞ୍ଚାୟତ ସମିତିବୈଠକର ନିସ୍ପତି ଅନୁଯାୟୀ ପଞ୍ଚାୟତ ସମିତିସଭା ଗୃହ ପରିସରରେ ଭର୍ତ୍ତା ବଣ୍ଟନପାଇଁ ଆଜି ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତି ବୈଠକରେ ବିଭିନ୍ନ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ତାଙ୍କ ପଞ୍ଚାୟତରେ ଭର୍ତ୍ତା ପାଉଥିବା ହିତାଧିକାରୀ ମାନେ ଭର୍ତ୍ତା ଟଙ୍କା ପାଇବାରେ ବହୁ ଅସୁବିଧା ହେଉଛନ୍ତି ବୋଲି ଅଭିଯୋଗ ଆଣିଥିଲେ । ସେ ସମୟରେ ବିଧାୟକ ହସ୍ତକ୍ଷେପ ଫଳରେ ଆଜି ସ୍ୱତନ୍ତ୍ର ବୈଠକ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ସେହି ନିସ୍ପତି ଅନୁଯାୟୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇ ଏକ ସମାଧାନର ବାଟ ବହାର କରିଛନ୍ତି । ରାଜ୍ୟ ସରକାରଙ୍କ ନିସ୍ପତି ଅନୁଯାୟୀ ଭର୍ତ୍ତା ଟଙ୍କା ସମସ୍ତଙ୍କ ହିତାଧିକାରୀଙ୍କ ଆକଉଣ୍ଟକୁ ଯିବ । ମାତ୍ର ସେମାନେ ବ୍ୟାଙ୍କକୁ ନ ଆସି ବ୍ୟାଙ୍କ ମିତ୍ର, ଏମବିକେ, ସିଆରପି, ବିଜିନେସ କରସେପେଣ୍ଡସ ( ବିସି) ଙ୍କ ସହିତ ବ୍ୟାଙ୍କ କର୍ମଚାରୀ , ପଞ୍ଚାତରେ ଜିଆରଏସ, ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀ ଙ୍କ ସହିତ ସରପଞ୍ଚ, ସମିତିସଭ୍ୟସଭ୍ୟା ଓ ୱାଡସଭ୍ୟମାନେ ହିତାଧିକାରୀ ମାନଙ୍କୁ ଭର୍ତ୍ତା ବଣ୍ଟନ କରିବା ସମୟରେ ଚିହ୍ନଟ କରିବା ସହ ସହଯୋଗ କରିବେ ବୋଲି ଆଜିର ବେହଟକରେ ନିସ୍ପତି ନିଆଯାଇଛି । ପୁରୀଜିଲ୍ଲାରେ ଏହା ପ୍ରଥମ କରି କରାଯାଉଛି ବୋଲି ବିଧାୟକ ଶ୍ରୀ ସମାନ୍ତରାୟ କହିଛନ୍ତି । ବିଡିଓ କ୍ଷୀରୋଦ କୁମାର ବେହେରା, ଉପାଧ୍ୟକ୍ଷା ନିବେଦିତା ପାତ୍ର, ବ୍ଳକ ସମାଜ ମଙ୍ଗଳ ଅଧିକାରିଣୀ ଶୁଭଲକ୍ଷ୍ମୀ ବେହେରାଙ୍କ ସହିତ ମିଶନ ଶକ୍ତି ଅଧିକାରିଣୀ,ସମସ୍ତ ବ୍ୟାଙ୍କ ଶାଖାର ପରିଚାଳକ ମାନେ ଏହି ବୈଠକରେ ଯୋଗ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୫/୨୦୨୨---୯,୪୦ Sakhigopal News, 2/5/2022