ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର
The young man was seriously injured in the crash ବଲାଙ୍ଗୀର:ସଇଁନ୍ତଲା:ସଇଁନ୍ତଲା ବ୍ଲକ୍ ଜାତୀୟ ରାଜପଥ ୨୬ ନିକଟସ୍ଥ କରେଳଧୁଆ ଛକ ନିକଟରେ ଅଜଣା ଗାଡ ଧକ୍କାରେ ଯୁବକ ଜଣକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଦେଖିବା ପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ସ୍ଥାନୀୟ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଇଥିବା ଜଣାପଡିଛି। ଯୁବକ ଜଣକ ହେଲେ ଗଣ୍ଡପତ୍ରାପାଲିର ଶିବୁ ସତପଥୀ। ଘଟଣା ସମ୍ପର୍କରେ ଖବର ପାଇବା ପରେ ସଇଁନ୍ତଲା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୮/୫/୨୦୨୨----୭,୩୦
Sakhigopal News,୮/୫/୨୦୨୨