Breaking News

୭୦ ଲିଟର ବିଦେଶୀ ମଦ ଜବତ, ୩ ଗିରଫ


 70 liters of foreign liquor seized, 3 arrested
 ଭଞ୍ଜନଗର,----- ସ୍ଥାନୀୟ ପୋଲିସ ପକ୍ଷରୁ ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା, ବେତାର ଓ ଭଞ୍ଜନଗର କେଏସୟୁବି କଲେଜ ପାଖ ଏକ ପାନ ଦୋକାନ ଉପରେ ଚଢ଼ାଉ କରାଯାଇ ପାଖାପାଖି ୭୦ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏଥିନେଇ ୩ ଟି ପୃଥକ   ପୃଥକ ମାମଲା ରୁଜୁ କରାଯାଇ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ମିଳିଥିବା ସୂଚନା ପ୍ରକାରେ ୭ ତାରିଖ ଦିନ ଭଞ୍ଜନଗର ଥାନା ଅଧୀନସ୍ଥ ବଡକୋଦଣ୍ଡା ଓ ବେତାର ଗ୍ରାମରେ ଚଢ଼ାଉ କରାଯାଇ ମୋଟ ୩୭ ଲିଟର ୪୧୦ ଏମ୍ ଏଲ୍ ବିଦେଶୀ ମଦ ଜବତ କରାଯାଇଥିଲା । ଆଉ ୮ ତାରିଖରେ ଭଞ୍ଜନଗର କେଏସୟୁବି କଲେଜ ପାଖ ଏକ ପାନ ଦୋକାନ ଉପରେ ଚଢ଼ାଉ କରାଯାଇ ମୋଟ ୩୨ ଲିଟର ୫୭୦ ମିଲି ଲିଟର ବିଦେଶୀ ମଦ ଜବତ କରାଯାଇଛି । ୩ ଜଣଙ୍କୁ ଗିରଫ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ଧୀରେଶ ଦାସ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୫/୨୦୨୨   Sakhigopal News,8/5/2022

Blog Archive

Popular Posts