ସୁଆଣ୍ଡୋ ଗ୍ରାମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
Swachh Bharat program in Suando village.
ସାକ୍ଷୀଗୋପାଳ----ପଣ୍ଡିତ ଉତ୍କଳମଣିଙ୍କ ଜନ୍ମ ମାଟି ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ ଭାବେ ଘୋଷଣା କରିଛନ୍ତି । ଐତିହ୍ୟ ଗ୍ରାମର ଓ ଗୋପବନ୍ଧୁଙ୍କ ଜନ୍ମପୀଠର ଉନ୍ନତି କରଣ କରାଯାଉଛି । ଏହି ଅବସରରେ ପିପିଲି ନାଗରିକ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ଗ୍ରାମରେ ସଫେଇ କରାଯାଇଛି । ଅବସର ପ୍ରାପ୍ତ କ୍ରିଡାଶିକ୍ଷକ ବ୍ରଜକିଶୋର ପାଇକରାୟଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣ ସ୍ୱେଚ୍ଛାସେବୀ ଗ୍ରାମ ଦାଣ୍ଡ ସଫେଇ କରିଥିଲେ । ପ୍ରଥମେ ଶ୍ରୀ ଦାସଙ୍କ କୂଳଦେବତା ବିନୋଦବିହାରୀଙ୍କୁ ପୂଜାର୍ଚ୍ଚନା କରିବା ସହ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ଅନୁଷ୍ଠାନର ଆବାହକ ସୁରେଶ ଚନ୍ଦ୍ର ରଥ, ସଭାପତି ରମେଶ ଚନ୍ଦ୍ର ଶତପଥୀ, ନରହରି ସିଂହ, ସନାତନ ସ୍ୱାଇଁ, ବିଳାସ ଦେଠୀ, ବ୍ରଜବିହାରି ରାୟ, ଜୟନ୍ତୀ ସେଠି, ପ୍ରମିଳା ରଥ, ଗିତାଞ୍ଜଳି ସେଠି, ପ୍ରଫୁଲ ବାରିକ ଓ ଗୋପାଳ ସିଂହ ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେହିପରି ଅନୁଷ୍ଠାନ ପକ୍ଷରୁ ବହୁ ଶିଘ୍ର ପିପିଲି ମେଡିକାଲକୁ ଏକ ସ୍ୱର୍ଗରଥ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଆବାହକ ସୁରେଶ ଚନ୍ଦ୍ର ରଥଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୫/୨୦୨୨---୩,୨୦ Sakhigopal News, 15/5/2022