Breaking News

୧୧୦ ବୟସ ବୃଦ୍ଧାଙ୍କ ପରଲୋକ


The afterlife of a 110-year-old man.

ଓଡ଼ଗାଁ:- ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତ ନିକଟ ପଥରା ରେ ଥିବା ମହର୍ଷି ଦୟାନନ୍ଦ ଚାରିଟେବଲ୍ ଟ୍ରଷ୍ଟ ବ୍ରୁଦ୍ଧାଶ୍ରମ ରେ ୧୧୦ ବୟସା ଜଣେ ବ୍ରୁଦ୍ଧାଙ୍କ ପରଲୋକ ଘଟିଛି। ମୃତ୍ୟା ବୃଦ୍ଧା ଜଣଙ୍କ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗ୍ରାମର ବୈଦେହୀ ସାହୁ(୧୧୦) ବୋଲି ଆଶ୍ରମ କର୍ତୁପକ୍ଷ ସୂଚନା ଦେଇଛନ୍ତି। ମୃତ୍ୟୁ ବୟସ୍କା ବ୍ରୁଦ୍ଧା ବୈଦେହୀ ଆଜକୁ ୬ ବର୍ଷ ହେଲା ନିଜ ସନ୍ତାନ ମାନଙ୍କ ଠାରୁ ବିତାଡ଼ିତ ହୋଇ ଉକ୍ତ ବ୍ରୁଦ୍ଧାଶ୍ରମ ରେ ରହି ଆସୁଥିଲେ। କିନ୍ତୁ ବାର୍ଧକ୍ୟ କାରଣ ହେତୁ ଆଜି ସର୍ବାଧିକ ୧୧୦ ବୟସରେ ତାଙ୍କର ପରଲୋକ ଘଟିଛି। ଆଜିକାଲି ୭୦ ବର୍ଷ ବଞ୍ଚିଲା ବେଳକୁ ଅଧିକ ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ୧୧୦ ବୟସ ବିଶିଷ୍ଟ ଏହି ବ୍ରୁଦ୍ଧାଙ୍କ ବୟସ କୁ ଦେଖିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। ତେବେ ବୈଦେହୀ ଙ୍କ ମୃତ୍ୟୁ ପରେ ଗଞ୍ଜାମ ରୁ ତାଙ୍କ ପୁଅ ବ୍ରୁଦ୍ଧାଶ୍ରମ କୁ ଆଜି ମୁଖାଗ୍ନି ଦେଇ ବୈଦେହୀ ଙ୍କ ଶବ ସତ୍କାର କରିଥିବା ଆଶ୍ରମ କର୍ତୁପକ୍ଷ ସୂଚନା ଦେଇଛନ୍ତି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୬/୫/୨୨----୭,୪୦ Sakhigopal News,16/5/2022

Blog Archive

Popular Posts