ଖ୍ରୀଷ୍ଟିଆନ ବନ୍ଧ ଠାରେ ଜଳ ସ୍ୱଚ୍ଛତା ଦିବସ ପାଳିତ
Christian Water Day is celebrated at Christian Dam.
ଭଞ୍ଜନଗର--- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଖ୍ରୀଷ୍ଟିଆନ ବନ୍ଧ ଠାରେ ଜଳ ସ୍ବଛତା ଦିବସ ପାଳିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଦୁ ମହାପାତ୍ର ଯୋଗଦେବା ସହ , କାର୍ଯ୍ୟନିର୍ବାହୀ ଅଧିକାରୀ ଶୁସାନ୍ତ କୁମାର ସାହୁ, ସୁଇପର ସୁପରଭାଇଜର ଅଶୋକ ପ୍ରଧାନ , ୧୦ନଂ କାଉସିଲର ଉପେନ୍ଦ୍ର ପ୍ରଧାନ,୧ନଂ କାଉସିଲର ପ୍ରତିନିଧି ଶିବରାମ ଜେନା ସମେତ ବିଜ୍ଞାପିତ ଅଞ୍ଚଳର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୋଖରୀର ଚାରିପଟେ ସ୍ବଛତା ଓ ପରିମଳ କାଯ୍ୟକ୍ରମ କରିଥିଲେ । ନବନିର୍ବାଚିତ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ୪ଟି ନଡିଆ ଗଛ ଲଗାଇବା ପରେ ଅସହାୟ ଓ ଭିନ୍ନକ୍ଷମ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଛନ୍ତି ସଂପୃକ୍ତ ପୋଖରୀକୁ ଆମେ ସ୍ବଛ ରଖିଲେ ପୋଖରୀର ଜଳ ଓ ପରିବେଶ ବେଶ୍ ଆକର୍ଷଣୀୟ ହେଇପାରିବ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୫/୨୦୨୨----- ୯,୪୦ Sakhigopal News,17/5/2022