Breaking News

ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ୟାଚ ଉଦଯାପିତ ; ଅଳଗୁମ ଚମ୍ପିୟାନ ଓ ନରେନ୍ଦ୍ରପୁର ରନସ


Panchayat level Premier League cricket match celebrated; Algum Champion and Narendrapur Ranas.


ସାକ୍ଷୀଗୋପାଳ,-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜାଗେଶ୍ୱରୀ  କ୍ରିକେଟ କ୍ଳବ ଅଳଗୁମ ୩୧ନଂ ଜୋନ ସ୍ତରୀୟ ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ସ୍ଥାନୀୟ ଦକ୍ଷିଣବାଟି ଗ୍ରାମ ପଡିଆରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।  ଫାଇନାଲ ମ୍ୟାଚ ନରେନ୍ଦ୍ରପୁର ସହିତ ଅଳଗୁମ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।  ଟଚ ଜିତି ନରେନ୍ଦ୍ରପୁର ବ୍ୟାଟିଂ କରି ୧୦ ଓଭରରେ ୮ ଉଇକେଟ ହରାଇ  ୬୬ ରନ କରିଥିଲା । ଜବବାରେ ଅଳଗୁମ ଦଳ  ଦଳ ୭ ଓଭର ୪ ବଲରେ  ୩ ଉଇକେଟ ହରାଇ ୬୭ ରନ କରି ଏ ବର୍ଷର ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ  ପୂର୍ଣ୍ଣଚନ୍ଦ୍ର ଦାସ  ଓ ପବିତ୍ର କୁମାର ସେଠୀ   ।  ପୁରଷ୍କାର ବିତରଣୀ ଉତ୍ସବରେ  ଅତିଥିଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପିପିଲି -ଡେଲାଙ୍ଗ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଚମ୍ପିୟାନ ଅଳଗୁମ ଦଳକୁ  ୮ ହଜାର ଟଙ୍କା ସିଲଡ ଓ ରନସ ଦଳକୁ ୫ହଜାର ଟଙ୍କା ସିଲଡ ଅତିଥି ମାନେ ପ୍ରଦାନ କରିଥିଲେ । ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ୩୧ ନଂ ଜୋନର ସରପଞ୍ଚ ସମିତି ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ । ସଭାରେ ସଂଯୋଜନା କରିଥିଲେ ସଚ୍ଚିକାନ୍ତ ବିଶ୍ୱାଳ । ଅତିଥି ପରିଚୟ ପ୍ରଦାନ କରିଥିଲେ ବିଜୟ ରାଜ ମହାନ୍ତି  । ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ ଶିବନାରାୟଣ ମହାନ୍ତି । ଅଳଗୁମ  ଜାଗେଶ୍ୱରି ର୍କିକେଟ କ୍ଳବର  ସଭାପତି ମନରଞ୍ଜନ ରଥ, ସମ୍ପାଦକ ଦେବୀଦତ୍ତ ମଲ୍ଲିକ, ସଦସ୍ୟ  ଓମ ପ୍ରସାଦ ମହାପାତ୍ର, ସତ୍ୟନାରାୟଣ ଜେନା, ସୁନିଲ ବେହେରା, ଦେବାଶିଷ ପଣ୍ଡା, ଅମରେଶ ବିଶ୍ୱାଳ, ବିଦ୍ୟାରଞ୍ଜନ ବାରିକ , ବିଶ୍ୱନାଥ ପ୍ରଧାନ ଭକ୍ତ ଚରଣ ସେଠୀ,  ଶକ୍ତି ମଲିକ ଓ ବିଦ୍ୟାଜ୍ୟୋତି ମଲିକ ପ୍ରମୁଖ ଖେଳ ପାରିଚାଳନାରେ ସହଯୋଗ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୫/୨୦୨୨---୯,୫୫   Sakhigopal News, 2/5/2022

Blog Archive

Popular Posts