ମହାମହିମ ରାଜ୍ୟପାଳଙ୍କ ଦ୍ୱାରା“ପିଲାଙ୍କ ରାମାୟଣ “ପୁସ୍ତକ ଉନ୍ମୋଚିତ
His Excellency the Governor has launched the book "Children's Ramayana".
ସାକ୍ଷୀଗୋପାଳ----- ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ, ଶିଶୁ ସାହିତ୍ୟକ, ଓଡିଆ ଭାଷାର ପ୍ରଚାରକ ପ୍ରଭାତଚନ୍ଦ୍ର ରଥଙ୍କ ଦ୍ୱାରା ରଚିତ ଗୀତିକାବ୍ୟ “ପିଲାଙ୍କ ରାମାୟଣ” ପୁସ୍ତକ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀଲାଲଙ୍କ ଶ୍ରୀକରମକମଳରେ ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି । ଆମ ହିନ୍ଦୁଧର୍ମ ଉପରେ ଏହି ବହି ବା ଯେଉଁ ତଥ୍ୟ ରହିଛି ତାହା ପିଲାମାନେ ଜାଣିପାରିବେ । ସବୁଠାରୁ ବଡ କଥା ଆମ ଓଡିଆ ଭାଷା, ଆମ ସଂସ୍କୃତି, ଆମ ପରମ୍ପରା କିପରି ବଜାୟ ରହିପାରିବ ସେ ଦିଗରେ ଶ୍ରୀ ରଥ ସବୁବେଳେ ଚେଷ୍ଟିତ । ଏହି ପୁସ୍ତକରେ ସୀତା ବିବାହ ଠାରୁ ରାମ ଅଭିକ୍ଷେକ ପର୍ଯ୍ୟନ୍ତ ୨୩୨ ପୁଷ୍ଠାରେ ବର୍ଣ୍ଣନା କରାଯାଇଛି । ଏହି ପୁସ୍ତକ ଉନ୍ମୋଚନ କରି ମହାମହିମ ରାଜ୍ୟପାଳ ରାମାୟଣ ହେଉଛି ଜ୍ଞାନର ଭଣ୍ଡାର ବୋଲି ମତବ୍ୟକ୍ତ କରିବା ସଙ୍ଗ ସଙ୍ଗେ ପୁସ୍ତକଟିର ସାଫଲ୍ୟତା କାମନା କରିଥିଲେ । ଏହି ପୁସ୍ତକ ଉନ୍ମୋଚନ ସମୟରେ ଶ୍ରୀ ରଥଙ୍କ ବାଲ୍ୟବନ୍ଧୁ ପୂର୍ବତନ ପ୍ରଶାସକ ପୀୟୁସ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ପରେଶ କୁମାର ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଶ୍ରୀରଥ ପିଲା ଦିନରୁ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ତଥା ପଞ୍ଚସଖାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଶ୍ରୀରଥ ସେହି ସତ୍ୟବାଦୀ ହାଇସ୍କୁଲରେ ଶିକ୍ଷକତା କରି ଅବସର ନେବା ପରେ କବିତା, ଗଳ୍ପ ଲେଖିବା ସହ ବିଭିନ୍ନ ସାହିତ୍ୟ ଆସରରେ ସେ ଆଗ ଧାଡିରେ ରହିଥାନ୍ତି । ଶ୍ରୀ ରଥଙ୍କ ଘର ସତ୍ୟବାଦୀ ବ୍ଳକର ଜୀପୁର ଗ୍ରାମରେ । ଏହା ଆଗରୁ ଶ୍ରୀରଥ ଅନେକ ବହି ପ୍ରକାଶିତ କରି ବେଶ ସୁଫଳତା ଲାଭ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୫/୨୦୨୨--୪,୨୦ Sakhigopal News, 14/5/2022