Breaking News

ବୟସ ସତୁରୀ, ମନ ବାଇଶି

He is seventy years old, and he is very old.

  




ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ବେହେରାସାହିର ପଦ୍ମନାଭ ବେହେରା । ବୟସ ପ୍ରାୟ ୭୦ ହୋଇଗଲାଣି ମାତ୍ର ମନ ତାଙ୍କର ୨୨ବର୍ଷର ଯୁବକ ପରି ରହିଛି । ସେ ଏବେ ରେକର୍ଡ ଡ୍ୟାନ୍ସ, ଭଜନ, ସମ୍ମଲପୁରୀ ନାଚ କରି ଦର୍ଶକ ମାନଙ୍କର ମନ ଖୁସି କରିବା ସହ ନିଜ ଦେହକୁ ପୂର୍ତ୍ତି ରଖି ପାରିଛନ୍ତି ବୋଲି ଯୋର ଦେଇ କହନ୍ତି । ଗୀତ ବାଜିଲେ ସେ ନିଜକୁ କଣ୍ଟୋଲ କରି ପାରନ୍ତି ନାହିଁ । ତାଙ୍କ ଗୋଡ ହାତ ଆପେ ଆପେ ନାଚି ଉଠେ । ଏବେ ବି ସେ ଜିନ ପ୍ୟାଣ୍ଟ, ସାର୍ଟ ମୁଣ୍ଡରେ ଟୋପି ଲଗାଇ ନାଚ କରିଥାନ୍ତି । ଗାଁ ଗଣ୍ଡାରେ ଲୁଙ୍ଗି ପିନ୍ଦି ସେ ମନ ଖୁସିରେ ନାଚ କରିଥାନ୍ତି । ଏପରିକି କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଲେ ତାଙ୍କୁ ଆଗ ଖୋଜା ପଡେ । ଖେଳ ମଧ୍ୟରେ ତାଙ୍କ ନାଚ ସମସ୍ତଙ୍କୁ ଆନନ୍ଦିତ କରିଥାଏ ।  ନାଚ କରିଲେ କୌଣସି ରୋଗ ଛୁଇଁବ ନାହିଁ ବା ବୟସର ଛାପ ମାଡି ପାରିବ ନାହିଁ । ଗ୍ରାମରେ କାହାର ବାହାଘର, ଭୋଜି ଭାତ ହେଲେ ସେ ଆଗ ଯାଇ ସେଠାରେ ପହଞ୍ଚି ଯାଇଥାନ୍ତି । ନାଚ କରି ଅନ୍ୟ ମାନଙ୍କୁ ହସାଇବା ସହ ନିଜର ଦେହକୁ ପୂର୍ତ୍ତି ରଖିବା ପାଇଁ । ଏହି ନାଚ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରମାଣପତ୍ର ଓ ସିଲ ପାଇଛନ୍ତି । ଯାହାକୁ ନେଇ ସେ ଭାରି ଖୁସି ରହିଛନ୍ତି । ତାଙ୍କ ନାଚ ବିରୁଧରେ ଯିଏ ଯାହା କହିଲେ ମଧ୍ୟ କାହାରି କଥା କୁ ସେ ଭୁପେକ୍ଷ କରନ୍ତି ନାହିଁ  । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୪/୫/୨୦୨୨---୪, ୨୫

Blog Archive

Popular Posts