୨.୫ଶହ ଗ୍ରାମ ଭାଙ୍ଗପତି ଜବତ
2,500 grams of wreckage were seized.
ସାକ୍ଷୀଗୋପାଳ---- ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ତତ୍ୱବଧାନରେ ଏକ ଟିମ ଚୋରା ନିଶା ବେପାରୀ ବା ନିଶା କାରବାର କରୁଥିବା ବ୍ୟକ୍ତି ମାନଙ୍କ ଉପରେ ନଜର ରଖିବା ସହ ଅଚାନକ ଚଡାଉ କରୁଛନ୍ତି । ଯାହାକୁ ନେଇ ସତ୍ୟବାଦୀରେ ନିଶା କାରବାର କରୁଥିବା ବ୍ୟକ୍ତି ବିଶେଷ ମାନେ ଏବ ଭୟଭୀତ ହୋଇଯାଇଛନ୍ତି । କାଦୁଆ ଛକର ଏକ ଘର ଉପରେ ସତ୍ୟବାଦୀ ପୋଲିସ ଅଚାନକ ଚଡାଉ କରି ୨କେଜି ୫ଶହ ଗ୍ରାମ ଭାଙ୍ଗ ପତି ଜବତ କରିବାରେ ସଫଳ ହୋଇଛନ୍ତି । ଏଏସଆଇ ମଞ୍ଜୁଲତା ଦେଇଙ୍କ ଅଭିଯୋଗ କ୍ରମେ ଏକ ମକଦ୍ଦମା ରୁଜ କରାଯାଇଛି । ସେହିପରି ବଟାଭାଙ୍ଗ ବିକିବା ଅଭିଯୋଗରେ ଥାନା ଏଏସଆଇ କୃଷ୍ଣଚନ୍ଦ୍ର ବେହେରାଙ୍କ ଅଭିଯୋଗରେ ଜଣେ ପାନ ଦେକାନୀ ନାମରେ ମାମଲା ରୁଜ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୫/୨୦୨୨ --୩,୨୫
Sakhigopal News , 13/5/2022