Breaking News

ବିଶ୍ୱ ରେଡକ୍ରସ ଦିବସରେ ବରିଷ୍ଠ ନାଗରିକ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ

 Fruits and biscuits distributed to senior citizens on World Red Cross Day


ଡେଲାଙ୍ଗ ----- ବିଶ୍ୱ ରେଡକ୍ରମ ଦିବସ ଅବସରରେ ଗାଦିବ୍ରହ୍ମ ଡିଗ୍ରୀ  ମହାବିଦ୍ୟାଳୟ ଡେଲା. ରେଡକ୍ରସ ୟୁନିଟ ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଛି ।  ମହାବିଦ୍ୟାଳୟର ରେଡକ୍ରସ ୍ରୟୁନିଟର ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡାଙ୍କ ତତ୍ୱବଧାନରେ ମୁନିନ୍ଦା ପଞ୍ଚାୟତର ଡାକପଡା ସ୍ଥିତ ବରିଷ୍ଠ ନାଗରିକ ଆବାସ କେନ୍ଦ୍ରର ଅନ୍ତେବାସୀ ମାନଙ୍କୁ  ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖା ଦ୍ୱାରା ପ୍ରଦତ୍ତ ସାବୁନ  ଓ ଫଳ , ବିସ୍କୁଟ ବଣ୍ଟନ କରାଯିବା ସହ ପରିମଳ ସମ୍ପର୍କେ ସଚେତନତା କରାଯାଇଥିଲା । ମହାବିଦ୍ୟାଳୟର ରେଡକ୍ରସ ୟୁନିଟର ସମ୍ପାଦକ ତଥା ପରାମର୍ଶ ଦାତା ଅଧ୍ୟାପକ ତ୍ରିନାଥ ପରିଡା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆବାସର ମୁଖ୍ୟ ପରିଚାଳକ ତପନ କୁମାର ଦାଶ, ରେଡକ୍ରସର ସ୍ୱେଚ୍ଛାସେବୀ ବିଷ୍ଠୁପ୍ରସାଦ  ପ୍ରଧାନ, ସାଗରିକା ପ୍ରଧାନ, ପିୟଦର୍ଶିନି ଦଳବେହେରା, ଆରାଧାନା ଦାଶ ଓ ରୂପାଳି ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୫/୨୦୨୨---୬.୪୫   Sakhigopal News , 8/5/2022

Blog Archive

Popular Posts