Breaking News

ଗୋବରା ଠାରେ ବ୍ଳକ୍ ସ୍ତରୀୟ ଜାତୀୟ ମାତୃଦିବସ ପାଳିତ

Block-level National Mother's Day is celebrated in Gobara
 
ଭଞ୍ଜନଗର--- ଦୁନିଆ ରେ ସବୁକିଛି ସମ୍ଭବ ହୋଇପାରେ , କିନ୍ତୁ ମା' ର ବିକଳ୍ପ ଅସମ୍ଭବ । ମା' ଏବଂ ମାତୃଜାତି ପ୍ରତି ସମସ୍ତଙ୍କ ଭିତରେ ସମ୍ମାନ ଓ ଆନ୍ତରିକତା ରହିବା ଆବଶ୍ୟକ ।  ମାତୃଦିବସ ଅବସରରେ ମା' ଙ୍କ ପ୍ରତି ରହିଥିବା ସମ୍ମାନ ଏବଂ ଏହାକୁ ସମସ୍ତଙ୍କ ଭିତରେ ଉଜ୍ଜିଵିତ କରାଇବା ପାଇଁ ଏହି " ଜାତୀୟ ମାତୃ ଦିବସ " ପାଳନର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଛନ୍ତି ।   ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗୋବରା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜନପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ ଏହି ମତ ପ୍ରକାଶ କରିଥିଲେ । ଗୋବରା ପଞ୍ଚାୟତର  ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ ପରିସରରେ  ବ୍ଳକ ସ୍ତରୀୟ “ ଜାତୀୟ ମାତୃ ଦିବସ ଉତ୍ସବ” ରେ  ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ  , ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ , ଗୋବରା ସରପଞ୍ଚ ସୁପ୍ରଭା ନାୟକ , ବେଣିପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ , କ୍ଷତ୍ରିୟବରପୁର ସମିତି ସଭ୍ୟ - କୁଞ୍ଜବିହାରୀ ନାୟକ , ବଡବୋରସିଂ ସମିତିସଭ୍ୟା - ମମତା ଭୋଳ , ଜିଲ୍ଲାପରିଷଦ ସଦସ୍ୟା - ପୂର୍ଣ୍ଣବାସୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।  ବିଜୁ ମହିଳା ମୋର୍ଚ୍ଚା ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ  ବେଲଗୁଣ୍ଠା ବ୍ଳକର  ମହିଳା ବିଜୁ ଜନତା ଦଳର ସଭାନେତ୍ରୀ ଭାବେ ବଡବୋରସିଙ୍ଗି ସମିତିସଭ୍ୟା ମମତା ଭୋଳଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ମା' ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ।  ଅନ୍ୟମାନଙ୍କ୍ ମଧ୍ୟରେ ବଡବୋରସିଙ୍ଗି ସରପଞ୍ଚ  ଏସ୍. ରାମେଶ୍ଵର ପାତ୍ର , ଗୋବରା ସମିତି ସଭ୍ୟ  ବିଭୁପାଦ ଜେନା  ଙ୍କ ସମେତ , ବ୍ଳକର ବିଭିନ୍ନ ପଞ୍ଚାୟତ ର ମହିଳା ଜନପ୍ରତିନିଧି , ବୁଦ୍ଧିଜୀବୀ ଏବଂ ବିଭିନ୍ନ ଗାଁ ରୁ ଆସିଥିବା ମା’ ମାନେ ଯୋଗ ଦେଇଥିଲେ ।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୫/୨୦୨୨--୭,୧୫ Sakhigopal News,8/5/2022

Blog Archive

Popular Posts