Breaking News

ଭଂଜନଗର ଘରୋଇ ବସ ମାଲିକ ସଂଘ ତରଫରୁ ନବନିର୍ବାଚିତ ଏନଏସି ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା

Congratulations to the newly elected NAC chairman on behalf of the Bhanjanagar Private Bus Owners Association.
 
ଭଞ୍ଜନଗର - ଭଞ୍ଜନଗର ଏନଏସିର ନବ ନିବାର୍ଚତ  ଅଧ୍ୟକ୍ଷ ଗୋପବନ୍ଦୁ ମହାପାତ୍ରଙ୍କୁ  ଘୁମୁସର ଘରୋଇ ବସ ମାଲିକ ସଂଘ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି ।  ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଙ୍କୁ ଉପଢୈ।କନ ଓ  ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।  ଉତ୍ସବରେ  କନ୍ଧମାଳ ସାଂସଦଙ୍କ ଜଗନ୍ନାଥପ୍ରସାଦ ବ୍ଳକ ପ୍ରତିନିଧି   ବିପ୍ରଚରଣ ବାରିକ, ଏ ରେଣୁ ଗୋପାଳ , ସୁବାଷ ଦିହୁଡି,   ଆଇନଜୀବୀ  ରାଜେନ୍ଦ୍ର ପ୍ରଧାନ  ,  ସମସ୍ତ ବସ ମାଲିକ ମାନଙ୍କ ସମେତ ବସଷ୍ଟାଣ୍ଡକୁ ପରିଚାଳନା କରୁଥିବା ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।  ଏହି କାର୍ଯ୍ୟକ୍ରମକୁ ଯୁବ ସଙ୍ଗଠକ ସୁଧୀର ରଞ୍ଜନ ବେହେରା ସଂଯୋଜନା କରିଥିଲେ । 
ଭଂଜନଗର ବସ୍ ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ  ଆବଶ୍ୟକୀୟ ସୁବିଧା ସୁଯୋଗ ର ବ୍ୟବସ୍ଥା କରାଯିବା ସହ , ଆଦର୍ଶ ଶୈ।ଚାଳୟ , ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା କରି ଏହାକୁ ଗୁରୁତ୍ଵ ଦିଆଯିବ ବୋଲି ନବ ନିର୍ବାଚିତ ଏନ୍ଏସି ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୫/୨୦୨୨----୧୦,୪୦  Sakhigopal News,14/5/2022

Blog Archive

Popular Posts