ବଧୁ ହତ୍ୟା ଅଭିଯୋଗରେ ଶାଶୁ ଗିରଫ; ସ୍ୱାମୀ ଫେରାର
Mother-in-law arrested on bride-killing charge; The husband is back.
ସାକ୍ଷୀଗୋପାଳ------ ସତ୍ୟବାଦୀ ଥାନାରେ ଏକ ବଧୁ ହତ୍ୟା ଘଟଣା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଅନୁଯାୟୀ ଶାଶୁ ଅଲି ବେଜ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି । ସୁଚନାଯୋଗ୍ୟ ଯେ ବଳଙ୍ଗା ଥାନା ଅନ୍ତର୍ଗତ ବଡତୋଟା ଗ୍ରାମର ସତ୍ୟଭାମା କାଣ୍ଡି ଜୁଲାଇ ୨୧ମସିହାରେ ସତ୍ୟବାଦୀ ଥାନା ଅନ୍ତର୍ଗତ ରାଇଖଣ୍ଡି ଗ୍ରାମ ପଞ୍ଚାୟତର ବିଜୟ ବେଜଙ୍କୁ ବୈଦିକ ରୀତି ଅନୁଯାୟୀ ବାହାଘର ହୋଇଥିଲା । ସେ ସମୟରେ ବର ପକ୍ଷ କହିବା ଅନୁଯାୟୀ ସମସ୍ତ ଘର ଉପକରଣ ଓ ଯାନି ଯୌତୁକ କନ୍ୟା ପକ୍ଷରୁ ଦିଆଯାଇଥିଲା ।ମାତ୍ର କିଛି ଦିନ ପରେ ସ୍ୱାମୀ ଓ ଶାଶୁ ବୋହୁ ସତ୍ୟଭାମା ଉପରେ ଆରମ୍ଭ କରିଦେଲେ ନିର୍ଯ୍ୟାତନା । ଏ ସମ୍ପର୍କରେ ଅନେକ ଥର ସତ୍ୟଭାମା ସ୍ୱାମୀ ଓ ଶାଶାୁଙ୍କୁ ବୁଝାଇବାକୁ ଚେଷ୍ଟା କରିଛି ମାତ୍ର କୌଣସି ଲାଭ ମିଳିନାହିଁ । ଶେଷରେ ନିଜ ଘରକୁ ଜଣାଇଥିଲେ । ଘର ଲୋକମାନେ ଆସି ଶାଶୁ ଓ ପୁଅକୁ ବୁଝାସୁଝା କରିଥିଲେ ମଧ୍ୟ ସେଥିରେ କିଛି ଲାଭହେଲାନାହିଁ । ଶେଷରେ ସତ୍ୟଭାମା ଶାଶୁଙ୍କ ନିର୍ଯ୍ୟାତନା ସହି ନ ପାରି ବିଷପାନ କରି ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରଥମେ ସତ୍ୟଭାମାଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସତ୍ୟଭାମାଙ୍କ ପରିବାର ଲୋକମାନେ ଭୁବନେଶ୍ୱର ଏକ ବେସରକାରୀ ମେଡିକାଲରେ ଚିକିତ୍ସା ହେବା ସମୟରେ ମୃତ୍ୟୁ ବରଣ କରିଛନ୍ତି । ସତ୍ୟଭାମା ଙ୍କର ମା ପ୍ରମିଳା କାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ୧୪୧/୨୨ରେ ଏକ ମାମଲା ରୁଜ କରି ଶାଶୁ ପ୍ରମିଳାଙ୍କୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୫/୨୦୨୨----୬,୦୫ Sakhigopal News, 9/5/2022