Breaking News

ନୁତନ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଲା ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ


The new superintendent of police was met by the Odisha Workers 'Journalists' Association.

ବରଗଡ :-ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା  ତରଫରୁ ବରଗଡରେ ନୂତନ ଭାବେ ଯୋଗଦେଇ ଥିବା  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାଶ ଙ୍କୁ ଭେଟି ପୁଷ୍ପଗୁଛ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ପରେ ବରଗଡ ଜିଲ୍ଲାରେ ଘଟୁଥିବା ବିଭିନ୍ନ ଘଟଣା ଏବଂ ସମସ୍ୟା ସଂପର୍କରେ ଅବଗତ କରାଇ ଥିଲେ । ଜିଲ୍ଲାରେ ଘଟୁଥିବା ଘଟଣା, ଟ୍ରାଫିକ ସମସ୍ୟା,ନିଶା କାରବାର ,ଚୋରୀ ,ଲୁଣ୍ଠନ , ଡକାୟତି , ଦଳିତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ ସଂଘ ପକ୍ଷରୁ କରାଯାଇଥିଲା । ସ୍ମାରକପତ୍ର ପତ୍ର ପ୍ରଦାନ ସମୟରେ ସଂଘର ବରଗଡ ଜିଲ୍ଲା ସଭାପତି ଆଶୁ ତୋଷ ରଥ, ଉପ ସଭାପତି କିଶନ ଲାଲ ଅଗ୍ରଓ୍ବାଲ ,ରାଜ୍ୟ କାର୍ଯକାରିଣୀ ସଦସ୍ୟ ମୋତିଲାଲ ବାଗ ,ଉପଦେଷ୍ଟା ପରମାନନ୍ଦ ମିଶ୍ର ,କୋଷାଧ୍ୟକ୍ଷ ସରୋଜ କୁମାର ନାୟକ,ମିଡିଆ ପ୍ରଭାରୀ ସୁଶୋଭନ ଦାଶ ଏବଂ ଜଗନ୍ନାଥ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୫/୨୦୨୨ ----୫,୨୦    Sakhigopal News,10/5/2022

Blog Archive

Popular Posts