ଗଛ ଡାଳପଡି ଅଟୋ ଚାଳକର ମୃତ୍ୟୁ
Auto driver dies after tree fell
ଭଞ୍ଜନଗର-- ଅଟୋରେ ଯାତ୍ରୀ ନେଇ ଯାଉଥିଲେ । ରାସ୍ତା କଡ଼ରେ ଅଟୋ ରଖି , ନିକଟସ୍ଥ ମନ୍ଦିରରେ ମୁଣ୍ଡିଆମାରି ଆସିଲେ । ଗଛତଳେ ଠିଆ ହୋଇଥିଲେ । ହେଲେ ସେ ଜାଣିନଥିଲେ , ତାଙ୍କ ମୁଣ୍ଡ ଉପରେ ମୃତ୍ୟୁ ଝୁଲି ରହିଛି ବୋଲି । ଆକାଶରେ ଝଡ-ପବନ ବି ନଥିଲା । ହଠାତ୍ ଗଛ ଉପରୁ ଏକ ବିରାଟକାୟ ଡାଳ ଖସିପଡିଲା ମୁଣ୍ଡ ଉପରେ । ଦି'ଫାଳ ହୋଇଗଲା ମୁଣ୍ଡ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଲା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗାଁ ନିକଟରେ ଘଟିଛି ଏଭଳି ଲୋମହର୍ଷଣ ଘଟଣା । ମୃତ ଅଟୋ ଚାଳକ ଜଣକ ,ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ହରିଗଡ ଗ୍ରାମର ନିଳମଣି ସାହୁ । ଏହି ଘଟଣା ଶୁକ୍ରବାର ସକାଳ ୧୧ଘ: ସମୟରେ ଘଟିଛି। ଖବର ଅନୁସାରେ , ହରିଗଡ ଗ୍ରାମର ନିଳମଣି ସେହି ଗ୍ରାମର କିଛି ଲୋକଙ୍କୁ ଅଟୋରେ ଧରି , ଗୁଜୁରାଳି ଗ୍ରାମ ନିକଟରେ ଥିବା ପାଟଖଣ୍ଡା ମନ୍ଦିରରୁ ଦର୍ଶନ କରିବାକୁ ଆସିଥିଲେ । ନିଳମଣି ମନ୍ଦିର ନିକଟରେ ଥିବା କାକପୋଇ ଗଛ ତଳେ ରହି ଫୋନରେ କଥାବାର୍ତ୍ତା ହେଉଥିବା ସମୟରେ ଗଛର , ଏକ ବିରାଟ ଡାଳ ହଠାତ୍ ଛିଣ୍ଡି , ନିଳମଣିଙ୍କ ମୁଣ୍ଡ ଉପରେ ପଡିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ସେହି ସ୍ଥାନରେ ପହଞ୍ଚି ନିଳମଣିକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ସେହି ଗଛରେ କିଛି ମହୁମାଛି ବାହାରି ସେଠାରେ କିଛି ଲୋକଙ୍କୁ ଆକ୍ରମଣ କରିଥିଲେ । ଫଳରେ ଲୋକେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ ।ଏହି ଘଟଣା ବିଷୟରେ ଭଞ୍ଜନଗର ଥାନା ଅଧିକାରୀଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ମୃତ ନିଳମଣିର ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାରେ ଥିବା ବ୍ୟବଛେଦ ଗୃହକୁ ପଠାଇଥିଲେ ।ଏହି ଘଟଣାକୁ ନେଇ ଭଞ୍ଜନଗର ଥାନା କେସନଂ ୧୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେଇଥିବା ନେଇ ଥାନା ଅଧିକାରୀ ଧୀରେଶ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୫/୨୦୨୨---୭,୫୦ Sakhigopal News,6/5/2022