ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଶିକ୍ଷକ ସଂଘର ସାମ୍ବାଦିକ ସମ୍ମିଳନୀ
Odisha University of Agriculture and Technology Teachers' Union press conference.
ସାକ୍ଷୀଗୋପାଳ------;ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ପଟ୍ଟନାୟିକିଆ ସ୍ଥିତ ଯାଯବର ହୋଟେଲ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଶିକ୍ଷକ ସଂଘର ସଭାପତି ଡ଼. ସଞ୍ଜୟ କୁମାର ମହାନ୍ତି, ଉପାଧ୍ୟକ୍ଷା ଡ଼. ଲିଲିମୁନି ତ୍ରିପାଠୀ, ସଂପାଦକ ଡ଼.ପ୍ରଦିପ୍ତ କୁମାର ସାହୁ, ସହ ସଂପାଦକ ଡ଼. ଅମ୍ବିକା ପ୍ରସାଦ ନାୟକ ଓ ସଂଘର କୋଷାଧ୍ୟକ୍ଷ ଡ଼. ବିପିନ କୁମାର ପ୍ରଧାନଙ୍କ ସମେତ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ କର୍ତୁପକ୍ଷଙ୍କ ଉଦାସୀନତା ତଥା କୁଳପତିଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଓଡ଼ିଶା କୃଷି ବିଶ୍ୱ ବିଦ୍ୟାଳୟ ଶିକ୍ଷକ ସଂଘର ନିରବ ପ୍ରତିବାଦ ଆଜିକୁ ୧୯୨ ଦିନରେ ପହଁଚିଛି । ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବିଶ୍ୱ ବିଦ୍ୟାଳୟ କର୍ତୁପକ୍ଷ । ନିଦ ଭାଙ୍ଗୁନି ତାଙ୍କର । କୁଳପତି ମହୋଦୟ ସୁଦୀର୍ଘ ତିନି ବର୍ଷଧରି ଅଖଣ୍ଡ କ୍ଷମତାର ଉପଭୋଗ ତଥା ଅପବ୍ୟବହାର କରିଛନ୍ତି । ଶିକ୍ଷା, ଗବେଷଣା ଓ ସଂପ୍ରସାରଣ କ୍ଷେତ୍ରରେ ତାଙ୍କର ଉଦାସୀନତା ଯୋଗୁଁ ଭାରତର ଦ୍ୱିତୀୟ ପୁରାତନ ତଥା ଓଡ଼ିଶାର ଏକମାତ୍ର କୃଷି ବିଶ୍ୱ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ଅଗ୍ରଣୀ ଥିବା ଏହି ଅନୁଷ୍ଠାନ ବହୁତ ପଛକୁ ଚାଲିଯାଇଛି । କୁଳପତିଙ୍କ ଯୋଗୁ ଶିକ୍ଷକ ଓ ବୈଜ୍ଞାନିକ ମାନେ ପଦୋନ୍ନତି ପାଇ ପାରିଲେ ନାହିଁ, ଖାଲି ପଡିଥିବା ପଦ ଗୁଡିକ ପୁରଣ କଲେ ନାହିଁ, ପିଜି ଓ ପି.ଏଚ୍.ଡି ପାସ କରିଥିବା ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ନିଯୁକ୍ତିର କୈାଣସି ସୁଯୋଗ ସୃଷ୍ଟି କଲେ ନାହିଁ । ଶିକ୍ଷକ ବୈଜ୍ଞାନିକ ମାନଙ୍କର ୭ମ ବେତନ କମିଶନର ବକେୟା ପାଉଣା ପ୍ରଦାନ କ୍ଷେତ୍ରରେ କୈାଣସୀ ପଦକ୍ଷେପ ନେଲେ ନାହିଁ କିମ୍ବା ଆଲୋଚନା ମଧ୍ୟ କଲେ ନାହିଁ । ତାଙ୍କର ଏହି ଶିକ୍ଷକ ମାରଣ ନୀତି ଯୋଗୁଁ ବହୁ ବରିଷ୍ଠ ପ୍ରାଧ୍ୟାପକ ମାନେ ଅବସର ପରେ ମଧ୍ୟ ସେମାନଙ୍କର ବକେୟା ପାଇପାରୁ ନାହାଁନ୍ତି । ସମ୍ପ୍ରତି ବିଶ୍ୱ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ବୈଜ୍ଞାନିକ ନଥିବା ବେଳେ ନିଯୁକ୍ତି କ୍ଷେତ୍ରରେ କୈାଣସୀ ପଦକ୍ଷେପ ନେଲେ ନାହିଁ । ଛାତ୍ର ଛାତ୍ରିଙ୍କ ପାଇଁ ଉଦ୍ଦିଷ୍ଟ ଉର୍ବର ଜମିରେ ବହୁତଳ ପ୍ରେକ୍ଷାଳୟ ନିର୍ମାଣ କରାଇଲେ । କରୋନା ମହାମାରୀ ସମୟରେ ଅନ ଲାଇନ୍ ପାଠପଢା ଓ ପରୀକ୍ଷାର ସଠିକ ପରିଚାଳନା କରି ନପାରିବା ଯୋଗୁଁ ବହୁବାର ଛାତ୍ର ଅଶାନ୍ତି ଓ ଆନ୍ଦୋଳନ ମୁଣ୍ଡ ଟେକିଥିଲା । କୁଳପତିଙ୍କ କାର୍ଯ୍ୟକାଳ ମଧ୍ୟରେ ବିଶ୍ୱ ବିଦ୍ୟାଳୟ ଅଧିନସ୍ଥ କୌଣସୀ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହୋଇପାରିଲେ ନାହିଁ । ବାସଗୃହର ଆବଂଟନ ଓ ମରାମତି ବାବଦରେ କୈାଣସୀ ପଦକ୍ଷେପ ନେଲେ ନାହିଁ, ଯଦ୍ୱାରା ବାସପଯୋଗୀ କ୍ୱାର୍ଟର ଗୁଡିକ ଭାଙ୍ଗି ରୁଜି ଯିବା ସହ ବ୍ୟବହାର ଅନୁପଯୋଗୀ ହୋଇଗଲାଣି ।
ଏଥିସହିତ ୩୧ଟି କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟରତ ବୈଜ୍ଞାନିକଙ୍କର ଜୀବନ ଓ ଜୀବିକାର ସ୍ଥାୟୀତ୍ୱତା ଦିଗରେ କୈାଣସି ପଦକ୍ଷେପ ନେଲେ ନାହିଁ । ବିଭିନ୍ନ ସଭାସମିତିରେ କୃଷି ବିଜ୍ଞାନୀମାନଙ୍କୁ ହତୋତ୍ସାହିତ କରିଛନ୍ତି । ଶିକ୍ଷକ ସଂଘର ୧୮ ଦଫା ଦାବି ବିଷୟରେ କର୍ଣ୍ଣପାତ ସୁଧା କଲେ ନାହିଁ । ଏହି କୁଳପତିଙ୍କ ସମୟ ନାହିଁ ନାହିଁରେ ଚାଲିଗଲା । ଆଶା ଓ ବିଶ୍ୱାସ ନୂତନ କୁଳପତି ମହାଦୟ ସହୃଦୟତାର ସହ ଶିକ୍ଷକ ସଂଘର ଦାବୀଗୁଡିକ ସମାଧାନ କରିବା ଦିଗରେ ପଦକ୍ଷେପ ନେବେ । ନୂତନ କୁଳପତିଙ୍କୁ ସ୍ୱାଗତ କରିବା ସହ ଦୀର୍ଘଦିନ ଧରି ଚାଲିଥିବା ଏହି ନିରବ ଧାରଣା ଅନିର୍ଦ୍ଦିଷ୍ଟ କାଳପାଇଁ ସ୍ଥଗିତ କରାଗଲା ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୫/୨୦୨୨---- ୮,୪୦ Sakhigopal News,11/5/2022
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୫/୨୦୨୨---- ୮,୪୦ Sakhigopal News,11/5/2022
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଶିକ୍ଷକ ସଂଘର ସାମ୍ବାଦିକ ସମ୍ମିଳନୀ
Reviewed by sakhigopal news
on
08:04
Rating: 5