Breaking News

ଯୁବତୀକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

A young man has been arrested on charges of molesting a young woman
ଭଞ୍ଜନଗର - ଶୈ।ଚ ହେବାକୁ ଯାଉଥିବା ଯୁବତୀ କୁ ଉଠାଇ ନେଲା ଯୁବକ । ପରେ  ଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।  ତାରାସିଂ ଥାନା ଅନ୍ତର୍ଗତ ରାଣିକିଆରୀ ଗାଁ ନିକଟରେ ଘଟିଛି ଏଭଳି ଘଟଣା ।  ଜୈନିକ ଯୁବତୀ ଙ୍କୁ ସେହି ଗ୍ରାମର ରାଜୁ ଦଳବେହେରା ନାମକ ଯୁବକ ଦୁଷ୍କର୍ମ କରିଥିବା ନେଇ ତାରସିଂ ଥାନା ଅଭିଯୋଗ ହୋଇଛି । ଜୈନିକ ଯୁବତୀର ଅଭିଯୋଗକୁ ଭିତ୍ତି ତାରସିଂ ଥାନା କେସନଂ ୧୪୩/୨୨ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକ ରାଜୁକୁ  ପୋଲିସ ଗିରଫ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶଙ୍କ ଠାରୁ ସୁଚନା ମିଳିଛି  । ଖବର ନେବାରେ ଜଣାପଡିଛି   ୩ ଜଣ ଯୁବତୀ ମିଶି ଶୌଚ ହେବାକୁ ଯାଇ ଘରକୁ ଫେରୁଥିଲେ ।  ଏହି ସମୟରେ ରାଜୁ  ନିଛାଟିଆ ସ୍ଥାନ ଦେଖି ଜୈନିକ ଯୁବତୀର ପଛପଟୁ  ଧରି  ଉଠାଇ ନେବା ସହ ଦୁଷ୍କର୍ମ କରିଥିଲା । ଏହି ଘଟଣା ବିଷୟରେ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଲା ସଂପୃକ୍ତ ଯୁବକ ।  ପୀଡ଼ିତା ଯୁବତୀ ଜଣକ ଏହି ଘଟଣା ବିଷୟରେ  ଘର ଲୋକଙ୍କୁ କହିବା ପରେ ପରିବାର ଲୋକଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ତାରସିଂ ଥାନା ରେ ଲିଖିତ ଅଭିଯୋଗ କରାଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୫/୨୦୨୨------୯,୧୦  Sakhigopal News,12/5/2022

Blog Archive

Popular Posts