Breaking News

ଭାର୍ଗବୀ ସାହିତ୍ୟ ସଂସଦ ପକ୍ଷରୁ ନବମ ବାର୍ଷିକ ସାରସ୍ୱତ ମହୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ


Ninth Annual Saraswat Mahotsav and Sambardhana Utsav on behalf of Vargabi Sahitya Sangsad


ସାକ୍ଷୀଗୋପାଳ ------ ଭାର୍ଗବୀ ସାହିତ୍ୟ ସଂସଦ ପକ୍ଷରୁ ନବମ ବାର୍ଷିକ ସାରସ୍ୱତ ମହୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ  ବଳଙ୍ଗା ବଜାର ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ଅତିଥି ଭାବେ ଅଜିତ ଚାନ୍ଦ ଦାସ ପ୍ରଦୀପ ପଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସଂସଦର ଉପସଭାପତି ଶ୍ରୀଧର ବିଶ୍ୱକର୍ମା ସଭାପତତ୍ୱ କରିଥିଲେ । ମୁଖ୍ୟ ଅତିଥି , ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ ତପନ କୁମାର ପଟ୍ଟନାୟକ, ଲକ୍ଷ୍ମୀଧର ପଣ୍ଡା ଓ ବଳଙ୍ଗା ପଞ୍ଚାୟତର ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇ ସାହିତ୍ୟର ବିକାଶ ପାଇଁ ଏହି ପରି ସାହିତ୍ୟ ସାରସ୍ୱତ ସଭାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।ଏହି ଅବସରରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା । କବିତା ଆସରକୁ ସଂଯୋଜନା କରିଥିଲେ ମାଟିର ମହକର ସମ୍ପାଦକ ତଥା କବି ମାନସ ରଞ୍ଜନ ପଟ୍ଟନାୟକ ।  ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୭୦ଜଣ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ ।ପରେ ଦ୍ୱତୀୟ ୍ରଅଧିବେଶନ ସଭାରେ ସଭାପତିତ୍ୱ କରିଥିଲେ କୃପାସିନ୍ଧୁ ଦତ୍ତା ଅତିଥି ଭାବେ ଡ. ଶୁଭାଂଶୁ କୁମାର ବେହେରା,  ସଦାଶିବ ମିଶ୍ର, ବସନ୍ତ ମାଝି, ସରପଞ୍ଚ ଅଞ୍ଜଳି ପ୍ରଧାନ । ଅତିଥି ପରିଚୟ ପ୍ରଦାନ କରିଥିଲେ ସଂସଦର ସମ୍ପାଦକ ସୁରେନ୍ଦ୍ର ନାଥ ପଣ୍ଡା । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସୁରେନ୍ଦ୍ର ନାଥ ପଲେଇଙ୍କ ଦ୍ୱାରା ରଚିତ  ଜୀବନ ସଂକଳ୍ପ ଓନୀଳଗିରି ନୀଡ ଦୁଇ ଖଣ୍ଡ କବିତା ପୁସ୍ତକ ଉଦଘାଟିତ ହୋଇଥିଲା । ପରେ ପରେ ମାନସ ରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ର ନାଥ ପଲେଇ, ଅଶୋକ କୁମାର ମିଶ୍ର, ତପନ କୁମାର ନନ୍ଦ ଓ ମମତା ମହାନ୍ତିଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।  କିଛି କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ଅଶୋକ କୁମାର ମିଶ୍ର  ସଂଯୋଜନା କରିଥିବା ବେଳେ ପ୍ରଦୋଷୁ କୁମାର ପତି ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୫/୨୦୨୨  ---10,10   Sakhigopal News, 2/5/2022 

Blog Archive

Popular Posts