ସାକ୍ଷୀଗୋପିନାଥଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ
Sakshigopinath's Chandan Yatra is held
ସାକ୍ଷୀଗୋପାଳ ---- ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟ ପର୍ବ । ଆଜି ଠାରୁ ସାକ୍ଷୀଗୋପିନାଥ ଦେବ ଚନ୍ଦନ ପୋଖରୀରେ ଚାପ ଖେଳିଛନ୍ତି । ଦୁଇ ବର୍ଷ ହେବ ବିନା ଭକ୍ତରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥିଲା । କେବଳ ଠାକୁରଙ୍କ ନୀତିକାନ୍ତି କରାଯାଉଥିଲା । କୋଭିଡ କଟକଣା ନଥିବାରୁ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁ ମାନଙ୍କର ଭିଡ ପରିଲକ୍ଷିତ ହୋଇଛି । ଚନ୍ଦନଯାତ୍ରା ଆରମ୍ଭ ହୋଇଯାଇଛି । ମନ୍ଦିରରେ ଭଅଣ୍ଡ ଧୂପ ସରିବା ପରେ ଚନ୍ଦନବେଡା ହୋଇଥିଲା । ତାପରେ ଠାକୁରଙ୍କୁ ଚନ୍ଦନ ଦ୍ୱାରା ସର୍ବଙ୍ଗୟ ବେଶ କରାଯାଇଥିଲା । ଅପରାହ୍ନରେ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ସୁସଜିତ ହୋଇ ରହିଥିବା ବିମାନକୁ ସେବାୟତ ମାନେ ବିଜେ କରାଇଥିଲେ । ତେଲିଙ୍ଗି ବାଦ୍ୟ, ଛତି, ତ୍ରାସ, ଘଣ୍ଟ, କାହଳୀ, ନାମସଂକୀର୍ତ୍ତନ କରାଯାଇ ଚନ୍ଦନ ଚକଡାକୁ ବିଜେ କରିଥିଲେ । ଚନ୍ଦନ ପୋଖରୀ ଠାରେ ଅପେକ୍ଷା ରତ ସୁସଜିତ ଡଙ୍ଗାରେ ଠାକୁର ବସିବା ପରେ ଚାପ ଖେଳ ଆରମ୍ଭ କରାଯାଇଥିଲା । ଦିନବେଳା ଗୋଟିଏ ଘେରା ଚାପ ଓ ରାତିରେ ୩ ଘେରା ଚାପ ଅନୁଷ୍ଠିତ ହୋଇଥିଲା । ଚନ୍ଦନଚକଡାରେ ଠାକୁର ଚନ୍ଦନକୁଣ୍ଡ ପାଣିରେ ବୁଡିକି ରହିଥିଲେ ।ରାତ୍ରରେ ଚନ୍ଦନଚକାଡାକୁ ବାହାରିବା ପରେ ତାଙ୍କ ଆଗରେ ଗୋଟିପୁଅ ନୃତ୍ୟୁ କରାଯାଇଥିଲା । ଠାକୁରଙ୍କୁ ଯାତ କାକେରା ଭୋଗ କରାଯିବା ପରେ ଠାକୁର ମନ୍ଦିରକୁ ଫେରିଥିଲେ । ୨୧ ଦିନ ପର୍ଯ୍ୟନ୍ତ ଠାକୁରଙ୍କ ଏହି ଯାତ୍ରା ଏଠାରେ ଅନୁଷ୍ଠିତ ହେବ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୫/୨୦୨୨--୫,୪୫ Sakhigopal News, 3/5/2022