Breaking News

ରଇ଼ଁଶୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସଭା

Retirement meeting of the headmaster of Rainshol High Primary School.
 ଡେଲାଙ୍ଗ----    ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଅରିଶଲ ପଞ୍ଚାୟତର ରଇଁଶୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଭାଗିରଥି ବେହେରାଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତିତ୍ଵ କରିଥିଲେ ଖଣ୍ଡିମଙ୍ଗଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳର ସଭାପତି  ମିଟୁ କିଶୋର ପ୍ରଧାନ। ସେହିପରି ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ସର୍ବଶ୍ରୀ ମନୋରଞ୍ଜନ ପ୍ରଧାନ,ଦାମୋଦର ରଥ,ରମେଶ ପ୍ରଧାନ,ଟିକନ ବେହେରା ଅର୍ଜୁନ ବେହେରା, ପ୍ରଦୀପ କୁମାର ସେଠୀ,ଛାଟୋଇ ମୋତିଲାଲ ରାୟ, ଦିଲ୍ଲୀପ କୁମାର ସାହୁ,ହେମନ୍ତ ପ୍ରଧାନ,ରବିନ୍ଦ୍ର ବିଶ୍ଵାଳ, ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୁମିତ୍ରା କୁଆଁର, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ  ଭାଗିରଥି ପ୍ରଧାନ, ଛାତ୍ର ଛାତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଅନ୍ୟମାନେ ଯୋଗଦେଇ ବିଦାୟ ଶିକ୍ଷକ ଭାଗିରଥି ବେହେରାଙ୍କ କର୍ତ୍ତବ୍ୟ ନିଷ୍ଠା,ସମୟାନୁବର୍ତୀତା,ସ୍ନେହି, ପରୋପକାରୀ ଓ ଶିକ୍ଷା ଦାନର ଶୈଳି ଉପରେ ସ୍ମୃତି ଚାରଣ କରିଥିଲେ।ପରେପରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ତରଫରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଛାତ୍ର ଛାତ୍ରୀ, ବିଦ୍ୟାଳୟ, ଅନ୍ୟ ଶିକ୍ଷକ ଓ ଗ୍ରାମ ବସୀଙ୍କ ତରଫରୁ ଉପଢ଼ୌକନ ଓ ଉପହାର ପ୍ରଦାନ କରାଯାଇଥିଲା। ସର୍ବଶେଷରେ ମନୋରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୫/୨୦୨୨----୮,୧୦ Sakhigopal News,1/5/2022
 

Blog Archive

Popular Posts