Gram Sabha was held in Penthapada Gram Panchayat on Labor Day; More than 70 projects were located.

ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତର ମିଶନ ଶକ୍ତି ସଭା ଗୃହ ପରିସରରେ ସରପଞ୍ଚ ଚିନ୍ମୟ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଗ୍ରାମସଭା । ଏଥିରେ ୧୧ ଗୋଟି ୱାର୍ଡରୁ ପ୍ରାୟ ୭୦ ଗୋଟି ପ୍ରକଳ୍ପ ସ୍ଥାନ ପାଇଛି । ଗ୍ରାମ ସଭାକୁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗଧର ସ୍ୱାଇଁ ପରିଚାଳନା କରିଥିଲେ । ବିଶେଷ କରି ପଞ୍ଚାୟତକୁ ୫ଗୋଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଛି । ତାହା କିପରି ସଠିକ ଭାବେ କରାଯିବ ଓ ଅନ୍ୟ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଥିବା ଅସୁବିଧା ସମ୍ପର୍କେ ଆଲେଚନା କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ସେହିପରି ପ୍ରତି ୱାର୍ଡ ସଭ୍ୟ ସଭ୍ୟା ମାନେ ସେମାନଙ୍କ ୱାର୍ଡରେ ଥିବା ବର୍ଷାଦିନରେ ଜଳ ନିଷ୍କାସନ ଅସୁବିଧା, ପାନୀୟଜଳ, ଦୀର୍ଘଦିନ ଧରି ଗ୍ରାମ ଗୁଡିକରେ ଥିବା କୂପ ଗୁଡିକ ତୁରନ୍ତ ବିଶୋଧନ , ରାସ୍ତା, ଘାଟ ଓ ପ୍ରଧାନମନ୍ତ୍ାୀ ଆବାସ ଯୋଜନା, ରାଶନ, ଶିକ୍ଷା ସ୍ୱାସ୍ଥ୍ୟ ଆଦି ବିସୟରେ ଆଲେଚନା କରାଯିବା ସହ ତାହାର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ଆଲେଚନା କରାଯାଇଥିଲା ମୋ ପୋଖରୀ ଖନନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ବିଶେଷ କରି ପଞ୍ଚାୟତରେ ଥିବା ପୋଖରୀ ଗୁଡିକ ତୁରନ୍ତ ଯୁଦ୍ଧ କାଳୀନ ମଧ୍ୟରେ ଏନଆରଜିଏସ ମାଧ୍ୟମରେ ବର୍ଷା ଦିନ ଆଗରୁ କାମ ଶେଷ କରିବା ପାଇଁ ସରପଞ୍ଚ ଶ୍ରୀ ରାଉତ ଉପସ୍ଥିତ ଥିବା ଗ୍ରାମବାସୀ ମାନଙ୍କୁ ନିବେଦନ କରିଥିଲେ । ପଞ୍ଚାୟତର ଗ୍ରାମ ରୋଜଗାର ସେବିକା ଦୀପ୍ତିମୟୀ ସେଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅତିଥି ଭାବେ ପଞ୍ଚାୟତ ସମିତି ସଭ୍ୟ ସୁମନ୍ତ ଘଟୁଆରୀ ଯୋଗ ଦେଇଥିଲେ । ସେହିପରି ଅଚାନକ ଭାବେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଉକ୍ତ ଗ୍ରାମସଭାରେ ଯୋଗ ଦେଇ ସମେସ୍ତ ଏକ ହୋଇ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ଆହ୍ୱନ ଦେଇଥିଲେ । ଏହି ଗ୍ରାମ ସଭାରେ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ ଓ ବିଭିନ୍ନ ୱାର୍ଡିରୁ ପ୍ରାୟ ଶତାଧିକ ଲୋକମାନେ ଯୋଗ ଦେଇଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧/୫/୨୦୨୨---୬,୫୦