ଜଟଣୀର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ତର୍ଜାତୀକ ମହିଳା ଦିବସ
International Women's Day by various organizations in Jatani
ଜଟଣୀ---- ଆନ୍ତର୍ଜାତୀକ ମହିଳା ଦିବସ ଆଜି ଜଟଣୀର ବିଭିନ୍ନ ସ୍ଥାନରେ ପାଳନ ହୋଇଯାଇଛି । ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ ମଣ୍ଡଳରେ ରେଳପଥ ଶ୍ରମିକ ୟୁନିୟନ ପକ୍ଷରୁ ସ୍ଥାନୀୟ ହେଡ୍କ୍ୱାଟର କାର୍ଯ୍ୟାଳୟଠାରେ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିଥୀଭାବେ ପୁର୍ବତଟ ମହିଳା ସଂଗଠନର ସଭାନେତ୍ରୀ ଶୁଭଲକ୍ଷ୍ମୀ ଜେନା,ଭୂବନେଶ୍ୱର ଟ୍ରାଫିକ ଡିସିପି ଏସ୍ ଶୁଶ୍ରୀ(ଆଇପିଏସ), ବୈଦ୍ୟୁତିକ ଗଣମାଧ୍ୟମର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶିକା ତନୟା ପଟ୍ଟନାୟକ, ପୁର୍ବତଟ ଶ୍ରମିକ ୟୁନିୟନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପାଟ୍ଟଶାଣୀ, ପୁର୍ବତଟ ଖୋର୍ଦ୍ଧାରୋଡ ସିନିୟର ଡିପିଓ ରଜଂନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିବା ବେଳେ ମହିଳାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଝୋଟି, ରଙ୍ଗୋଲି,ନାଚ,ଗୀତ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଏଥିରେ କୃତି ମହିଳାମାନଙ୍କୁ ପୃରସ୍କାର ପ୍ରଦାନ କରାଯାଇଥିଲା ।
ସେହିପରି ସ୍ଥାନୀୟ ନାରାୟଣୀ କମ୍ପ୍ୟୁଟର ପଏଣ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । କମ୍ପ୍ୟୁଟର ପଏଣ୍ଟର ନିର୍ଦ୍ଧେଶକ ବୈକୁଣ୍ଠନାଥ ଜେନାଙ୍କ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥୀଭାବେ ଶିକ୍ଷାବିତ ଜବାହାରଲାଲ ସୁବୁଦ୍ଧୀ ଯୋଗଦେଇ ମହିଳାଦିବସ ଅବସରରେ ଉପରୋକ୍ତ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥୀଭାବେ ସମାଜସେବୀ କିଶୋରଚନ୍ଦ୍ର ପାଇକରାୟ, ଅଧ୍ୟକ୍ଷା ଜ୍ୟୋତିପ୍ରଭା ଜେନା, ପି ଚନ୍ଦାବତୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ରୀମାନଙ୍କୁ ନେଇ ସାଧାରଣଜ୍ଞାନ ପରୀକ୍ଷା କରାଯାଇଥିଲା । ସେଥିରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟସ୍ଥାନ ଅଧିକାର କରିଥିବା କୃତି ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିକ୍ରମରେ ରେଲୱେ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ ହୋଇଯାଇଛି । ମହିଳା କଲ୍ୟାଣ ସଂଗଠନର ସଭାନେତ୍ରୀ ଶୁଭଲକ୍ଷ୍ମୀ ଜେନାଙ୍କ ଅଧ୍ୟକ୍ଷତାରେ ଏହି ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ବିଭିନ୍ନ ବିଭାଗର କାର୍ଯ୍ୟରତ ୨୯ଜଣ ସର୍ବୋତମ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା ବେଳେ ମହିଳାମାନଙ୍କ ଦ୍ୱାରା ହେଉଥିବା ରୁତୁଶ୍ରାବ ଏବଂ ୟୁରୋଜେନିଟାଲ ସ୍ୱାସ୍ଥ୍ୟଗତ ସମସ୍ୟା ଓ ଏହାର ଉପଚାର ସମନ୍ଧରେ ଡା. ମୋନିକା ଗୁପ୍ତା ସନ୍ଦେଶ ଦେଇଥିଲେ । ତେବେ ଏହି ମହିଳା ଦିବସ କାର୍ଯ୍ୟକ୍ରମ ଜଟଣୀ ଆଇଆଇଟି ପରିସରରେ ଆୟୋଜିତ ହୋଇଯାଇଛି । ଆଇଆଇଟି ନିର୍ଦ୍ଧେଶକ ଆରଭି ରାଜାକୁମାର ଏଥିରେ ମୂଖ୍ୟ ଅତିଥୀଭାବେ ଯୋଗଦେଇ କହିଥିଲେ ଯେ, ମହିଳାମାନେ ହେଉଛନ୍ତି ସମାଜର ଏକ ପ୍ରମୁଖ ଅଂଗ । ମହିଳାଙ୍କ ବ୍ୟତିତ ସମାଜଗଠନ ଅସମ୍ଭବ ବୋଲି କହିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୯/୩/୨୦୨୨---୬,୧୦ Sakhigopal News, 9/3/2022