Breaking News

ବୁଢ଼ାବାହାଲ ଗ୍ରାମ ପଞ୍ଚାୟତରେ ନୂତନ ସରପଞ୍ଚ ଭାବେ ଯୋଗଦେଲେ ଶ୍ରୀ ମତି ଲତା କୁମ୍ଭାର

 Mr. Mati Lata Kumhar has joined the Budabahal Gram Panchayat as the new Sarpanch.
ବଲାଙ୍ଗିର:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଲା ପରେ ଏବେ ନିର୍ବାଚିତ ପ୍ରାଥି ମାନେ ନିଜ ନିଜ ଆଶନ ରେ ଯୋଗଦାନ କରୁଛନ୍ତି  ।  ବଲାଙ୍ଗୀର ଜିଲ୍ଲାର ସଇଁନ୍ତଳା ବ୍ଲକ ବୁଢ଼ାବାହାଲ ଗ୍ରାମ ପଞ୍ଚାୟତ ରେ ମଧ୍ୟ ସରପଞ୍ଚ ଶ୍ରୀମତି ଲତା କୁମ୍ଭାର ଆଜି ପଂଚାୟତ ଅଫିସ ରେ ଯୋଗଦାନ କରିଛନ୍ତି  । ସମସ୍ତ ୱାଡ଼ ମେମ୍ବର ଓ ଗ୍ରାମ ପଞ୍ଚାୟତ ଓ ଜନ ସାଧାରଣ ସରପଞ୍ଚ ଙ୍କୁ ସ୍ୱାଗତ କରିଥିଲେ ।
ନୁତନ ସରପଞ୍ଚ କାର୍ଯ୍ୟରେ ଯୋଗଦେବା ପରେ ପରେ ସମସ୍ତ ପଞ୍ଚାୟତ ବାସୀଙ୍କୁ ମଧ୍ୟ ସମର୍ଦ୍ଧିତ କରିବାସହ ଜନସାଧାରଣଙ୍କ ଅସୁବିଧା ସୁବିଧା ସମୟ ରେ ଯୋଗଦେବା ଏବଂ ମୋ ଦ୍ବାରା ଯାହା ସମ୍ଭବ ତାହା ପୂରଣ କରିବି ବୋଲି ମନ୍ତବ୍ୟ ଦେଇ ଥିଲେ ।  ସୁଚନା ଯୋଗ୍ୟ ଯେ ଉକ୍ତ ଗ୍ରାମ ପଞ୍ଚାୟତ ରେ 4049 ଭୋଟ ପୁଲିଙ୍ଗ ହୋଇଥିଲା ।  ଶ୍ରୀମତି ଲତା କୁମ୍ଭାର 2291 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ସହ ପ୍ରତିଦ୍ବନ୍ଦିତା କରୁ ଥିବା ପ୍ରାଥି ଶ୍ରୀମତି କଳ୍ପନାମଇ ସୁନା1581 ଖଣ୍ଡ ଭୋଟ ପାଇ ଥିଲେ ଏବଂ 177 ଖଣ୍ଡ ଭୋଟ ନାକଚ ହୋଇଥିଲା । ଶ୍ରୀମତି ଲତା କୁମ୍ଭାର 710 ଖଣ୍ଡ ଭୋଟ ଅଧିକ ପାଇଁ ବିଜୟୀ ହୋଇଥିଲେ । ଏଠାରେ ପୂର୍ବ ତନ ସରପଞ୍ଚ  କପିଳ ଭୋଇ ଉପସ୍ଥିତ ଥିଲେ ତତ ସଙ୍ଗେ  ସେଲମା ଓ ପ୍ରକାଶ କୁମ୍ଭାର ଧନବର ସାହୁ ,ଶ୍ରୀରାମ ରଣା ଶତାଧିକ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ ।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୧୨/୩/୨୦୨୨----୫,୧୦ 
Sakhigopal News,12/3/2022

Blog Archive

Popular Posts