ସତ୍ୟବାଦୀ ପଞ୍ଚାୟତ ସମିତି ସଭାଗୃହ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ; କେତେବେଳେ ଭୁଷୁଡିବ
The Satyavadi Panchayat Samiti Assembly Hall is now in a state of disrepair; When will it collapse?
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ପଞ୍ଚାୟତ ସମିତିସଭା ଗୃହ ଏବେ କେଉଁସମୟରେ ଭୁଷୁଡି ପଡିବ ତାହା କହିବା କଷ୍ଟକର ହୋଇପଡିଛି । ପୁରୀ- ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥ କରରେ ଠିଆ ହୋଇଛି ସତ୍ୟବାଦୀ ପଞ୍ଚାୟତ ସମିତି ଓ ସମିତିର ସଭାଗୃହ । ୨୦୧୪ ମସିହାରେ ଏହି ପଞ୍ଚାୟତ ସମିତିର ସଭାଗୃହ ଉଦଘାଟନ ହୋଇଥିଲା । ସଭାଗୃହର ଆଗ ପଟ ଦେଖିଲେ ସେପରି କିଛି ଅସୁବିଧା ଥିଲା ପରି ଲାଗୁନାହିଁ । ସେହିପରି ସଭାଗୃହ ରେ ଏସି ସହିତ ଚାକଚିକ୍କଣ କରାଯାଇଛି । ମାତ୍ର ଏହାର ପଛପାଶ୍ୱର୍ କାନ୍ଥ ଏବେ ଲୁଣି ମାରି ସିମେଣ୍ଟ ପଲସ୍ତରା ଛାଡିବାସହ ଇଟା ଅଧା ଅଧା ନାହିଁ । ସମେସ୍ତ ଏହି ଘରଟି ବିପଦ ପୂର୍ଣ୍ଣ ରହିଛି ବୋଲି ଜାଣିଛନ୍ତି । ମାତ୍ର କେହି କିଛି କହୁନାହାନ୍ତି । କାରଣ ଏହି ସଭାଗୃହ ମରାମତି କରିବା ପାଇଁ ଅର୍ଥ ନାହିଁ ବୋଲି ଏହା କରାଯାଉନାହିଁ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥବା ବେଳେ ଜନପ୍ରତିନିଧି ମାନଙ୍କ ଜୀବନ ସୁରକ୍ଷା ପାଇଁ ସରକାରଙ୍କ ପାଖରେ ଅର୍ଥ ନଥିବା କଥା ବିଶ୍ୱାସ ଯୋଗ୍ୟ ହେଉନାହିଁ । କାରଣ ଯେଉଁ ଇଟାକାନ୍ଥ ଲୁଣି ମାରିଛି ସେହି କାନ୍ଥଟି ସଭାଗୃହ ସହିତ ସଂଯୋଗ ପରିଶ୍ରାଗାର ରହିଛି । ସେ ଯାହା କିଛି ହେଉନା କାହିଁକି ସଭାଗୃହ ଗୋଟିଏ ଛାତ । ଏହି କାନ୍ଥ କେଉଁସମୟରେ ଓଲଟି ପଡିବ ତାହା କହିବା କଷ୍ଟକର ହୋଇପଡିଛି । ଏଣୁ ପୁରୀଜିଲ୍ଲାପାଳ ତୁରନ୍ତ କୌଣସି ଅଘଟଣ ଘଟିବା ଆଗରୁ ତୁରନ୍ତ ପଞ୍ଚାୟତ ସମିତିସଭା ଗୃହ ମରାମତି କରିବା ପାଇଁ ନୂତନ ଭାବେ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନଙ୍କ ପକ୍ଷରୁ ଦାବି କରାଯାଇଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୨ --୧,୦୫
Sakhigopal News, 12/3/2022