Breaking News

ପେଣ୍ଠପଡାର ବିଜୟୀ ସରପଞ୍ଚ ଲୋକମାନଙ୍କୁ ଦେଇଥିବା କଥା ଏବେ ପାଳନ କଲେ


Now the victorious sarpanch of Pentapada has kept his promise to the people.


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଚିନ୍ମୟ ରାଉତ ନିର୍ବାଚନ ସମୟରେ ସେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଇଥିବା କଥା ଏବେ ପାଳନ କରିଛନ୍ତି । ତାଙ୍କ ନିର୍ବାଚନ ଇସ୍ତାହାରରେ ପ୍ରଥମେ ଗୁରୁତ୍ୱ ଦେବେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବୋଲି କହିଥିଲେ । ନିର୍ବାଚନରେ ବିଜୟୀ ହେବା ସହ ଦାୟତ୍ୱ ନେବା ପରେ ପେଣ୍ଠପଡା ପଞ୍ଚାୟତର ଗୋପାଳପୁର ପାଟଣା ଗ୍ରାମକୁ ସଫେଇ କରିଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ତାଙ୍କ ସହିତ ଗ୍ରାମର ବହୁ ସ୍ୱେଚ୍ଛସେବୀ ଯୁବକ ମାନେ ସାମିଲ ହୋଇଥିଲେ । ସେହିପରି ୱାର୍ଡ ସଭ୍ୟା ମାନେ ଏହି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଯାହାକି ସ୍ଥାନୀୟ ଗ୍ରାମବାସୀ ମାନେ ବହୁତ ଖୁସି ହେବା ସହ ସ୍ଥାନୀୟ ସରପଞ୍ଚଙ୍କୁ ବେଶ ପ୍ରଶାଂସ କରିଛନ୍ତି ।  ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶ୍ରୀ ରାଉତ କହନ୍ତି ଏହା ହେଉଛି ମୋର ଟେଲର ।  ପ୍ରତି ଗ୍ରାମ ଦାଣ୍ଡ ସଫେଇ ଓ ପାନୀୟ ଜଳ ଯୋଗାଣ କରାଯିବ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୨---୧,୧୫

Blog Archive

Popular Posts