ସାରଙ୍ଗଯୋଡିରେ ସୁଚନା ଅଧିକାରୀ କର୍ମୀ ସମ୍ମଳନୀ
Information officers' conference in Sarangyodi
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ହାଟ ପଡିଆ ପରିସରରେ ରାଜ୍ୟ ସୁଚନା ଅଧିକାରୀ କର୍ମୀ ମାନଙ୍କର ଏକ ସମ୍ମଳନୀ ଅନୁଷଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ୩୩ନଂ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସମାଜସେବୀ ତଥା ନବ ନିର୍ମାଣ କୃଷକ ମହାସଂଘର ଉପଦେଷ୍ଠା ଗୋବିନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ନଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଌନସାଧାରଣଙ୍କ ନିକଟରେ ବିଭିନ୍ନ ତଥ୍ୟ ଜଣାଇବାରେ କର୍ମୀ ମାନେ ସହାୟତା ସମ୍ପର୍କରେ ମତ ରଖିଥଲେ । ସବୁଠାରୁ ବଡ କଥା ୩୦ ଜଣ କର୍ମୀ ମାନେ ନିଜ ନିଜର ଅଙ୍ଗ ସମାଜର ଉନ୍ନତି ପାଇଁ ଦାନ କରିବା ପାଇଁ ଉକ୍ତ ସମ୍ମଳନୀରେ ଘୋଷଣା କରିଥିଲେ । ସତ୍ୟବାଦୀର ଆଗ ଧାଡିର ସୁଚନା ଅଧିକାରୀ କର୍ମୀ ସୁଶିଳ କୁମାର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସତ୍ୟବାଦୀ , ପୁରୀ ସଦର, ପିପିଲି, ଡେଲାଙ୍ଗ, କଣାସ ଗୋପ, ବଳଙ୍ଗା, ନିମାପଡା, କାକଟପୁର ଅସ୍ତରଙ୍ଗ ଆଦି ଅଞ୍ଚଳର କର୍ମୀ ମାନେ ଯୋଗ ଦେଇଥିଲେ । ଏହି ଅବସରରେ କିଛି କଳାକାର, ସମାଜସେବୀ ବିଭିନ୍ନ ବର୍ଗର ଲୋକମାନଙ୍କୁ ସମ୍ମାନୀତ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୩/୨୦୨୨----୫,୧୫
Sakhigopal News, 13/3/2022