Breaking News

ସାକ୍ଷୀଗୋପିନାଥ ଦେବଙ୍କୁ ଫଗୁଦଶମୀ ରେ ପଞ୍ଚପଲ୍ଲଭ ଲାଗିହେଲା

Sakshigopinath Deva was given a Panchapallav on Fagudashami

   


ସାକ୍ଷୀଗୋପାଳ---ସାକ୍ଷୀଗୋପିନାଥ ଦେବଙ୍କୁ ଫଗୁଦଶମୀ ଅବସରରେ ପଞ୍ଚପଲ୍ଲଭ ଲାଗି ହୋଇଛି । ଗୋଧନବାହୁଡା ଭୋଗ ପରେ ଶ୍ରୀଜିଉଙ୍କର ହୋଳିବେଶ ଆରମ୍ଭ ହୋଇଥାଏ  ମହାପ୍ରଭୁ ଘେର, ମୁଣ୍ଡରେ ପଗଡି, ପାଇଜାମା,କୁଣ୍ଡଳ, କିରଟି, ସ୍ୱବର୍ଣ୍ଣ ବଂଶୀ , ଗଜମୁକ୍ତାସହିତ ବିଭିନ୍ନ ଅଳଙ୍କାର ମାନ ଲାଗି କରାଯାଇଥାଏ । ପରେ ପରେ ଯାତଭୋଗ ହେବା ପରେ ପଞ୍ଚପଲ୍ଲଭ (ଦୁବ, ନାରିକେଳ, ସ୍ୱତଅଭିର, ଚାଉଳ ଓ କେତକୀ ) ମିଶ୍ରଣ କରାଯାଇ ମହାପ୍ରଭୁଙ୍କୁ ଲାଗି କରାଯାଇଥିଲା । ମହାପ୍ରଭୁ ସୁସଜିତ ବିମାନକୁ ବିଜେ କରିଥାନ୍ତି । ଗୋପାଳପୁର ପାଟଣା ଗ୍ରାମକୁ ଚାଚେରୀ ଭୋଗ ଖାଇବା ପାଇଁ ଯାଇଥାନ୍ତି । ସେଠାରୁ ଫେରିବା ପରେ ସଂଧ୍ୟାଧୂପ ଓ ବଡସିଂହାର ହେବାପରେ ପୁଷ୍ପାଞ୍ଜଳି ନୀତି ସରିବା ପରେ ମନ୍ଦିର ପହଡ ପଡିଥାଏ । ଏହି ନୀତି ପାଞ୍ଚଦିନ ଧରି ଚାଲିଥାଏ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୩/୨୦୨୨---୫,୨୦  

 Sakhigopaal News, 13/3/2022

Blog Archive

Popular Posts