Breaking News

ଭଂଜନଗର ରେ ନରୀ , ଜଗନ୍ନାଥପ୍ରସାଦ ରୁ ଜୟଶ୍ରୀ , ବେଲଗୁଣ୍ଠା ବ୍ଳକ ରେ ପ୍ରଶାନ୍ତ ହେଲେ ଅଧ୍ୟକ୍ଷ

Nari in Bhanjanagar, Jayashree from Jagannath Prasad, Prashant in Belgunta block

ଭଞ୍ଜନଗର--ବ୍ଳକ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି  । ଭଂଜନଗର , ବେଲଗୁଣ୍ଠା , ଓ ଜଗନ୍ନାଥପ୍ରସାଦ ବ୍ଳକ ରେ ବ୍ଳକ୍ ଅଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଭଂଜନଗର ବ୍ଳକର ବାଇବାଲି ପଞ୍ଚାୟତରୁ ବିଜୁଜନତା ଦଳ ସମର୍ଥନ ରେ  ସମିତିସଭ୍ୟ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା  ,  ନରୀ ସଭାନାୟକ ଅଧ୍ୟକ୍ଷ  ନିର୍ବାଚିତ ହୋଇଛନ୍ତି ।  ଭଂଜନଗର ବ୍ଳକ ର ୨୨ ଟି ପଞ୍ଚାୟତ ମଧ୍ୟରୁ ବିଜେଡି ସମର୍ଥିତ ୧୩ ଜଣ ସମିତି ସଭ୍ୟ ପ୍ରାର୍ଥୀ ଭୋଟ ଦେବାପରେ ନରୀ ବିଜୟୀ ହୋଇଥିଲେ । ସେହିଭଳି ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ରୁ ନିର୍ବାଚିତ ହୋଇଥିବା ସମିତି ସଭ୍ୟା ଜୟଶ୍ରୀ ସାହୁ ବ୍ଳକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଜଗନ୍ନାଥପ୍ରସାଦ ବ୍ଳକର  ୨୫ ପଞ୍ଚାୟତ ମଧ୍ୟରୁ ନିର୍ବାଚିତ ୨୦ ସମିତି ସଭ୍ୟଙ୍କ ସମର୍ଥନ ପାଇ ବିଜୟୀ ହୋଇଥିଲେ । ସେହିଭଳି ବେଲଗୁଣ୍ଠା ବ୍ଳକର ୧୮ ଟି ପଞ୍ଚାୟତ ମଧ୍ୟରୁ , ଧୁମୁଛାଇ ପଞ୍ଚାୟତର ବିଜେଡି ସମର୍ଥନରେ ନିର୍ବାଚିତ ସମିତି ସଭ୍ୟ ନିଜର ୧୦ ଜଣ ସମର୍ଥକଙ୍କ ସମର୍ଥନ ରେ ଅଧ୍ୟକ୍ଷ ପଦ ପାଇଁ , ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ବିରୋଧୀ ବିଜେପି ଦଳ ହାତରେ ଥିବା ୭ ଜଣ ସମିତି ସଭ୍ୟ ଙ୍କ ମଧ୍ୟରୁ କେହି ମଧ୍ୟ ନାମାଙ୍କନ ପତ୍ର ଦାଖଲ ନକରିବାରୁ , ପ୍ରଶାନ୍ତ କୁମାର ନାୟକ ଅଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ । ନବ ନିର୍ବାଚିତ ସମସ୍ତ ଅଧ୍ୟକ୍ଷ ଙ୍କୁ ଦଳୀୟ ନେତା ଓ ସମର୍ଥକମାନେ ଶୁଭେଚ୍ଛା ଜଣାଇବା ସହ  ଓ ବିଜୟ ଉତ୍ସବ ମନାଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୩/୨୦୨୨----୯,୪୫ 
Sakhigopal News,12/3/2022

Blog Archive

Popular Posts