Breaking News

ସୁନିଲ କୁମାର ପଣ୍ଡା ହେଲେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ;ଜଣେ ସଭ୍ୟ ଅନୁପସ୍ଥିତ ରହିଲେ

  Sunil Kumar Panda became the chairman of the Satyavadi Bloc; one member was absent.


ସାକ୍ଷୀଗୋପାଳ---- ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଏବେ ବିଜେଡି ହାତରେ ରହିଛି ।  ୧୨ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କାଦୁଆ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ତଥା ସତ୍ୟବାଦୀ ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ୧୪ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ସହିତ  ପ୍ରତିଦ୍ୱନ୍ଦିତା କରୁଥିବା ଜୟପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୀପକ ଶତପଥୀଙ୍କୁ ୯ ଖଣ୍ଡ ଭୋଟ ମିଳିଥିବା ଜଣାପଡିଛି ।  ବିଜେଡି ସମର୍ଥିତ ସମିତିସଭ୍ୟସଭ୍ୟା ମାନେ ଏକସଙ୍ଗେ  ପଞ୍ଚାୟତ ସମିତି ସଭାଗୃହ ପରିସରକୁ ପ୍ରବେଶ କରିଥିଲେ । ପରେ ପରେ ବିଜେପି ସମର୍ଥିତ ସମିତିସଭ୍ୟସଭ୍ୟା ମାନେ ସଭାଗୃହ କୁ ପ୍ରବେଶ କରିଥିଲେ । ସତ୍ୟବାଦୀ ବ୍ଳକ ୨୪ ଗୋଟି ପଞ୍ଚାୟତ ରହିଥିବା ବେଳେ ପରଜାପଡା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ତଥା ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ଅନୁପସ୍ଥିତ ରହିଥିଲେ ।   ନିର୍ବାଚନ ଅଧିକାରୀ ଭାବେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ରହିଥିବା ବେଳେ ବ୍ଳକର ଭାରପ୍ରାପ୍ତ ଜିପିଓ ମଣ୍ଟୁ ସ୍ୱାଇଁ ସହଯୋଗ କରିଥିଲେ । ମାଜିଷ୍ଟ୍ରେଟ ଦାୟତ୍ୱରେ ଅତିରିକ୍ତ ତହସିଲଦାର ସନ୍ତୋଷ ପ୍ରାଣିଗ୍ରାହୀ ଉପସ୍ଥିତ ରହିଥିଲେ । ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳ ର୍ଫୋସ ସହିତ ସେଠାରେ ଉପସ୍ଥିତ ରହିଥିଲେ ।ଶେଷରେ ଅପରାହ୍ନ୪ଟା ପରେ ନିର୍ବାଚନ ଅଧିକାରୀ ଫଳାପଳ  ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ବିଜେଡି ସମର୍ଥିତ ସୁନିଲ କୁମାର ପଣ୍ଡା ୧୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ସମର୍ଥିତ ଦୀପକ ଶତପଥୀ ୯ ଖଣ୍ଡ ଭୋଟ ପାଇଥିଲେ । ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା , ବଡବାବୁ ଫ୍ରଫୁଲ ବେହେରାଙ୍କ ସହିତ ବ୍ଳକର କର୍ମଚାରୀ ମାନେ ନବ ନିର୍ବାଚିତ ବ୍ଳକ ଅଧ୍ୟକ୍ଷଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଅପେକ୍ଷାରତ ସୁନିଲ କୁମାର ପଣ୍ଡାଙ୍କ ସମର୍ଥକ, ବିଜେଡି କର୍ମୀ, ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଏକ ପଟୁଆରରେ ସାକ୍ଷୀଗୋପାଳ ବଜାର ପରିକ୍ରମା କରିବା ସହ ସାକ୍ଷୀଗୋପାଳ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ । ପରେ ପରେ ମନ୍ଦିର ସମ୍ମୁଖରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୨---୭,୧୦  Sakhigopal News, 12/3/2022

Blog Archive

Popular Posts