Breaking News

ପ୍ରଧାନ ଶିକ୍ଷୟତ୍ରୀଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା

Head Teacher Retirement Meeting


ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବାଇଁଶିବାଡି ପ୍ରାଥମିକ ବିଦ୍ୟାଳୟରେ ୩୧ ବର୍ଷ ଧରି ପ୍ରଧାନ ଶିକ୍ଷୟତ୍ରୀ ଭାବେ ଜୋସ୍ନାମୟୀ ଦେବୀ ରହିଥିଲେ । ସେ ଚାକିରିରୁ ଅବସର ନେଇଛନ୍ତି ।ଏହି ଅବସରରେବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ଓ ବିଭିନ୍ନ ଶିକ୍ଷକ ମାନେ ଯୋଗ ଦେଇ ୍ରବସର ନେଉଥିବା ଶିକ୍ଷୟତୀଙ୍କ ଗୁନଗାଣ କରିବା ସହ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ପ୍ରଶଂସା କରାଯାଇଥିଲା । ବାଇଁଶିବାଡି ଗ୍ରାମବାସୀ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ପୁଷ୍ପମାଲ୍ୟ ସହିତ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମାଜସେବୀ ନିରଞ୍ଜନ ମହାପାତ୍ର, ବସନ୍ତ କୁମାର ସ୍ୱାଇଁ, ବ୍ଳକ କଳା ସଂସ୍କୃତି ସଂଘର ଉପସଭାପତି ରମେଶ ପଲେଇ ଶିକ୍ଷକ ଶୀଖର ବେହେରା, ଗୋପୀନାଥମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଗ୍ରାମାବସୀ ମାନେ ସମସ୍ତ ସହଯୋଗ କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୩/୨୦୨୨---୬,୧୫   Sakhigopal News ,5/3/2022

Blog Archive

Popular Posts