ମେଧାବୀ ଛାତ୍ରୀଙ୍କୁ ସାଇକେଲ ପ୍ରଦାନ
Giving bicycles to gifted students
ସାକ୍ଷୀଗୋପାଳ---ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ରାନୁ ଦାଶଙ୍କୁ ସାନକାଞ୍ଜିଆ ରୁଦ୍ରାୟଣୀ ଯୁବକ ସଂଘ ପକ୍ଷରୁ ଏକ ସାଇକେଲ ପ୍ରଦାନ କରାଯାଇଛି । ରାନୁ ଜଣେ ଭଲ ଛାତ୍ରୀ ଭାବେ ତାଙ୍କର ବିଦ୍ୟାଳୟରେ ନାମ ରହିଛି । ମାତ୍ର ପରିବାରର ଅଭାବ ଅସୁବିଧା ଲାଗି ରହିଛି । ରାନୁଙ୍କର ବାପା ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ପରିବାର ପତିପୋଷଣ କରିବା ବହୁତ କଷ୍ଟକର ହୋଇପଡିଛି । ଏହାକୁ ନଜର କରି ରୁଦ୍ରାୟଣୀ ଯୁବକ ସଂଘ ସାଇକେଲ ଦେବା ସହ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ଅନୁଷ୍ଠାନ ବହନ କରିବ ସଂଘର ସମ୍ପାଦକ ବିଶ୍ୱଜିତି ପ୍ରଧାନ ଛାତ୍ରୀ ରାନୁଙ୍କ ବାପା କୈଳାଶ ଚନ୍ଦ୍ର ଦାଶଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୩/୨୦୨୨---୬,୧୫ Sakhigopal News, 5/3/2022