ଖୋର୍ଦ୍ଧାରୋଡ ରେଳଷ୍ଟେସନରୁ ଯାତ୍ରୀ ନିଖୋଜ, ଥାନାରେ ଅଭିଯୋଗ
Passenger missing from Khordharoad railway station, police complained
ଜଟଣୀ,---- ଖୋର୍ଦ୍ଧାରୋଡ ରେଳଷ୍ଟେସନରୁ ଜଣେ ବୃଦ୍ଧଯାତ୍ରୀ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗତମାସ ୧୪ ତାରିଖରୁ ନିଖୋଜ ହୋଇଥିବା ବେଳେ ସିସିଟିଭିରେ ଷ୍ଟେସନ ପରିସରରେ ବୁଲୁଥିବା ଦେଖିବାକୁ ପାଇଥିଲେ ମଧ୍ୟ ଉକ୍ତ ବୃଦ୍ଧଙ୍କ ସମ୍ପର୍କରେ କୈାଣସି ସୁଚନା ପୁଲିସ ପାଖରେ ନଥିବା ନିଖୋଜ ବୃଦ୍ଧଙ୍କ ପୁଅ ଅଭିଯୋଗ କରିଛନ୍ତି । ସୁଚନାନୁସାରେ, ସମ୍ବଲପୁର ଜିଲା ଅନ୍ତର୍ଗତ ବୁର୍ଲାଥାନା ଅଧିନସ୍ଥ କେନାଲପଡା ଗ୍ରାମର ଅର୍ଜୁନ ମହାନନ୍ଦ(୬୫)ଙ୍କ ସପରିବାର ପୁରୀ ବୁଲିବାକୁ ଯାଇଥିଲେ । ଗତ ୧୪ ତାରିଖ ରାତ୍ର ୧୧ଟାରେ ପୁରୀ-ଅଜମୀର ଟ୍ରେନରେ ପୁରୀରୁ ବାହାରିଥିଲେ । ମାତ୍ର ଖୋର୍ଦ୍ଧାରୋଡ ଷ୍ଟେସନରେ ରାତ୍ର ୧୧ଟା ୫୫ ମିନିଟରେ ଟ୍ରେନଟି ପହଁଚିଥିଲା । ବିଳମ୍ବିତ ରାତି ହୋଇଯାଇଥିବାରୁ ଅର୍ଜୁନ ମହାନନ୍ଦଙ୍କ ସପରିବାର ଶୋଇପଡିଥିବାର ସୁଯୋଗନେଇ ଉକ୍ତ ଷ୍ଟେସନରୁ ଅର୍ଜୁନ ମହାନନ୍ଦ କେଉଁଆଡେ ଚାଲିଯାଇଥିଲେ ତଥା ନିଖୋଜ ହୋଇଯାଇଥିଲେ । ଏହାର କିଛି ଷ୍ଟେସନପରେ ପରିବାରଲୋକେ ଅର୍ଜୁନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ସୁଚନା ମିଳିନଥିଲା । ତେବେ ଏନେଇ ଅର୍ଜୁନଙ୍କ ପୁଅ ଶିବ ମହାନନ୍ଦ ଖୋର୍ଦ୍ଧାରୋଡ ଜିଆରପିରେ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗପରେ ନିଖୋଜ ହୋଇଥିବା ଦିନର ପୁଲିସ ସିସିଟିଭି ଫୁଟେଜ ଯାଂଚ କରିବାପରେ ଷ୍ଟେସନରେ ବୁଲୁଥିବା ଦେଖିବାକୁ ପାଇଥିଲେ । ହେଲେ ଅଭିଯୋଗ ହେବାର ୨ସପ୍ତାହ ବିତିଯାଇଥିଲେ ମଧ୍ୟ ନିଖୋଜ ଅର୍ଜୁନଙ୍କ କୈାଣସି ପତା ମିଳୁନଥିବା ପରିବାର ପକ୍ଷରୁ ଗଣମାଧ୍ୟମ ନିକଟରେ ଗୁହାରି କରିଛନ୍ତି । ଯଦି କେହି ନିଖୋଜ ଅର୍ଜୁନଙ୍କ ସୁଚନା ପାଅନ୍ତି ତେବେ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ପୁଅ ଶିବ ମହାନନ୍ଦ ଅନୁରୋଧ କରିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୩/୩/୨୦୨୨---୯,୨୫
Sakhigopal News, 3/3/2022