ବିଜେପି ନେତା ପ୍ରଦୀପ କୁମାର ସାହୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଡାକ୍ତରଖାନାରେ ଭତ୍ତି
ଭଞ୍ଜନଗର--- ବିଜେପି ନେତା ରାଜ୍ୟ କୃଷକ ମୋର୍ଚା ସାମାଜିକ ଗଣମାଧ୍ୟମ ର ପ୍ରଭାରୀ ତଥା ୨୦୧୪ ଭଂଜନଗର ବିଜେପି ବିଧାୟକ ପ୍ରାର୍ଥୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇପଡିଛି । ହୃଦ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ହାଇଟେକ୍ ହସପିଟାଲରେ ଚିକିତ୍ସିତ ହୋଉଥିଲେ । ତାଙ୍କର ବ୍ଲଡ ପ୍ରେସର ଅତ୍ୟଧିକ ରହିବା ସହ ସିଡି ଚଢିବା କୌଣସି କାର୍ଯ୍ୟ କରିବା ପାଇଁ ସମର୍ଥ ହେଉ ନ ଥିଲେ । ଏବେ ବରିଷ୍ଠ ଡାକ୍ତର ପି. ପଣ୍ଡା ଙ୍କ ତତ୍ତ୍ବାବଧାନରେ କେଆର ହସପିଟାଲରେ ଭର୍ତ୍ତି ହେଇ ଚିକିତ୍ସାଧୀନ ରହିଥିବା ଜଣାପଡିଛି ।ସେଠାରେ ପରୀକ୍ଷା ନୀରିକ୍ଷା କରିବା ପରେ ତାଙ୍କସ୍ବାସ୍ଥ୍ୟ ପ୍ରତି ବିଶେଷ ବିପଦ ନଥିବା ଚିକିତ୍ସା କରୁଥିବା ଡାକ୍ତର ସୁଚନା ଦେଇଛନ୍ତି। କିନ୍ତୁ ସଂପୂର୍ଣ୍ଣ ବିଶ୍ରାମ ନେବା ସହ ଔଷଧ ସେବନ କରିବା ପାଇଁ ପରାମର୍ଶ ଦେଇଛନ୍ତି।ଏବେ ସେ ହସପିଟାଲରୁ ଆସି ତାଙ୍କ ଭୁବନେଶ୍ବର ବାସଭବନରେ ରହିଥିବା ସୂଚନା ମିଳିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୨/୧୦/୨୦୨୧---୯,୩୫ Sakhigopal News,2/10/2021