ଭଞ୍ଜନଗର ଠାରେ ଗାନ୍ଧୀ ଜୟନ୍ତୀ ଏବଂ ନାଲସା ର ୨୫ ବର୍ଷ ପୂର୍ତ୍ତି ପାଳିତ....
ଭଞ୍ଜନଗର -----, ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଅତିଥି ଭାବେ ଭଞ୍ଜନଗର କୋର୍ଟ ର ଏଡିଜେ ଏମ ଙ୍କ ସମେତ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ଉପଖଣ୍ଡ ଆରକ୍ଷ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର , ତହସିଲଦାର ଆଲୋକ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରିବା ସହ ଗାନ୍ଧିଜୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜ କୁ ଉତ୍ତମ ଦିଗଦର୍ଶନ ଦେବା ସେଥିନିମନ୍ତେ ସମସ୍ତେ ପ୍ରୟାସ କରିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ। ଏହାଛଡ଼ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୀବନି ଏବଂ ଆଦର୍ଶ ଉପରେ ଆଲୋଚନା କରାଯାଇଥିଲା । ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ବ୍ୟତୀତ ତାଲୁକ ଆଇନ ସେବା କମିଟି ଭଞ୍ଜନଗର ତରଫରୁ ଏଡିଜେଏମ ଙ୍କ ତତ୍ଵାବଧାନରେ ନାଲସା ର ୨୫ ତମ ପୂର୍ତ୍ତି ପଳନା କରାଯାଇଛି । ଏଥିରେ ଜନ ସାଧାରଣ କିଭଳି ଅଧିକରୁ ଅଧିକ ବିଭିନ୍ନ ଆଇନ ର ଦିଗ ପ୍ରତି ସଚେତନ ହେବା ସହ ଉପକୃତ ହେବେ ଏଡିଜେ ବିସ୍ତୃତ ଭାବେ ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କୁ ଅବଗତ କରାଇ ଥିଲେ | ଏବଂ କିଭଳି ଅଧିକ ଲୋକ ଏହି ଆଇନ ପ୍ରତି ସଚେତନ ହେବେ ସେଥିନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଏବଂ ତହସିଲଦାର ଆଲୋକ କୁମାର ପ୍ରଧାନ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଆଲୋକ ପାତ କରିଥିଲେ । କିଭଳି ସାଧାରଣ ଜନତା ବିଭିନ୍ନ ସେବା ଉତ୍ତମ ଭାବେ ସେବା ପାଇପାରିବେ ସେଥିପ୍ରତି ପ୍ରଶାସନ ତରଫରୁ ସର୍ବଦା ପ୍ରଚେଷ୍ଟା ଜାରି ରହିଛି ବୋଲି ଉପଜିଲ୍ଲାପାଳ କହିଛନ୍ତି । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାନକଦଣ୍ଡା ସରପଞ୍ଚ ସୁକାନ୍ତି ପ୍ରଧାନ, ବାଉଁସୁଲୁଣ୍ଡି ସରପଞ୍ଚ ଶାନ୍ତିଲତା ନାୟକ ଏବଂ ଦିହପଢ଼ାଳ ସରପଞ୍ଚ ବିନୋଦିନୀ ଭୂୟାଁ ସମେତ ଅତିରିକ୍ତ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଇଷ୍ଟାବ୍ଲିଶମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ହେମାବତୀ ବେହେରା, ସୁରଭି ପ୍ରଧାନ, କାଳିନ୍ଦୀ ପାତ୍ର, ବିଶ୍ୱଜିତ ସେଠୀ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୋଜନା କରିଥିବା ବେଳେ ଭଞ୍ଜନଗର ସାମ୍ବାଦିକ ସଂଘର ସଭାପତି ଲୋକନାଥ କର ଧନ୍ୟବାଦ ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୨/୧୦/୨୦୨୧----୯,୪୦
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ,୨/୧୦/୨୦୨୧----୯,୪୦
Sakhigopal News,2/10/2014