Breaking News

ଚୁଲି ନିଆଁରୁ ;ଦୁଇ ପରିବାରର ୪ ବଖରା ଘର ଜଳିଗଲା

  ଭଞ୍ଜନଗର- ଚାହୁଁ ଚାହୁଁ ଜଳିଗଲା ଦୁଇଟି ପରିବାରର ୪ ବଖରା ଘର । ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ଦ୍ବାରା ନିଆଁ କୁ ଆୟତ୍ତ କରାଯାଇଥିଲା । ସୁଚନା ଯୋଗ୍ୟ ଯେ ତାରାସିଂ ଥାନା ଅନ୍ତର୍ଗତ କୋକଳବା ଗାଁ ର ହରିଜନ ସାହି ରେ ରବିବାର ସଂଧ୍ୟା ୭ଟା ସମୟର ଏଭଳି ଘଟଣା ଘଟିଛି । ରୋଷେଇ ଚାଲିଥିବା ବେଳେ  ଚୁଲି ନିଆଁ ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ଏଥିରେ ହରିଜନ ସାହିର ଶ୍ରୀକାନ୍ତ ନାଇକ ଓ କବିରାଜ ନାଇକ ଙ୍କ ଦୁଇ ବଖରା ଲେଖାଏଁ ଘର ଜଳିଯାଇଛି । ଘରୋଇ ଉପକରଣ , ଓ ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ସୋଇଯାଇଛି । ଅଗ୍ନିକାଣ୍ଡ ଘଟିବାର ପରେ ପ୍ରଥମେ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।  ପରେ ଖବର ପାଇ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । କ୍ଷତିଗ୍ରସ୍ତ ପରିବାର  ଗରୀବ ଶ୍ରେଣୀର ହୋଇଥିବରୁ  ତାଙ୍କୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧୦/୨୦୨୧ ---- ୯,୧୫  Sakhigopal News,17/10/2021

Blog Archive

Popular Posts