Breaking News

ଛଅ ଗୋଟି ପଞ୍ଚାୟତରେ ସ୍ମାର୍ଟ କାର୍ଡ ବଣ୍ଟନ କଲେ ବିଧାୟକ

 


 ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଳକ  ଅନ୍ତର୍ଗତ  ଶୁକଳ, ଆଳିସ, ନରେନ୍ଦ୍ରପୁର, କାଦୁଆ, ବୀରରାମଚନ୍ଦ୍ରପୁର ଓ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ମାନଙ୍କରେ ସ୍ଥାନୀୟ  ବିଧାୟକ ଉମାକାନ୍ତ ସାମନ୍ତରାୟ ସ୍ମାର୍ଟ ହେଲେଥ କାର୍ଡ  ବଣ୍ଟନର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତରେ ଦୁଇଟି ସ୍ଥାନରେ କାର୍ଡ ବଣ୍ଟନ କେନ୍ଦ୍ର କରାଯାଇଛି । ବିଧାୟକ ଶ୍ରୀ ସମାନ୍ତରାୟ  ବଣ୍ଟନ ଉତ୍ସବରେ ମୁଖ୍ୟଅତିଥି ଭାବେ  ଯୋଗ ଦେଇ ଉପସ୍ଥିତ ଥିବା ମହିଳା ଓ ପୁରୁଷ  ମାନଙ୍କୁ  ସ୍ମାର୍ଟ କାର୍ଡ  କିପରି ବ୍ୟବହାର କରାଯାଇ ପାରିବ ସେ ସମ୍ପକରେ ଉପସ୍ଥିତ ଥିବା ମହିଳା ପୁରୁଷ ମାନଙ୍କୁ ବୁଝାଇଥିଲେ । ବଣ୍ଟନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ,  ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ଜିଲ୍ଲା ପରିଷଦସଭ୍ୟାଙ୍କ ପ୍ରତିନିଧି  ଦେବାଶିଷ ରାୟ, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ସମାଜସେବୀ ଶଙ୍କର ପ୍ରଧାନଙ୍କ ସହିତ  ବିଭିନ୍ନ ସରପଞ୍ଚ .  ସମିତିସଭ୍ୟସଭ୍ୟା ଓ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ ।  ବିଡିଓ କ୍ଷୀରୋଦ କୁମାର ବେହେରା  କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ଉପସ୍ଥିତ ରହିଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧୦/୨୦୨୧---୮,୫୫  

 Sakhigopal News, 19/10/2021

Blog Archive

Popular Posts