୨୦ ଛୁଟି ରହିବ ବ୍ୟାଙ୍କ, ସରକାର ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର---ରାଜ୍ୟ ସରକାର ଆସନ୍ତା ୨୦ ତାରିଖ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ୍ ପ୍ରତିଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି । ବ୍ୟାଙ୍କିଙ୍ଗ୍ କାରବାର କରୁଥିବା ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ ବୋଲି ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । କେନ୍ଦ୍ରୀୟ ଆଇନ ୧୮୮୧ର ଧାରା ୨୫ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାର ଏହି ଛୁଟି ଘୋଷଣା କରିଛନ୍ତି । ୨୦ ତାରିଖ ଗଜଲକ୍ଷ୍ମୀ ପୂଜା ପାଇଁ ଏହି ସାର୍ବଜନୀନ ଛୁଟି ଘୋଷଣା ହୋଇଥିବା ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୯/୧୦/୨୦୨୧----୯,୦୦