୫ଟି ଯୋଜନାରେ ଅର୍ନ୍ତଭୁକ୍ତ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ; ନିର୍ମାଣ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ
ଡେଲାଙ୍ଗ----- ଡେଲାଙ୍ଗ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ୪ଟି ବିଦ୍ୟାଳୟ ସାମିଲ କରାଯାଥିଲା ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ନବନିର୍ବାଚିତ ବିଧାୟକ ରୁଦ୍ରପ୍ରତାପ ମହାରଥି ମଙ୍ଗଳବାର ଦିନ ପରିଦର୍ଶନରେ ଯାଇ ନିର୍ମାଣଧୀନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ନିର୍ମାଣଧୀନ କାର୍ଯ୍ୟ ସଠିକ ଓ ମନ୍ଥର ଗତିରେ ହେଉଥିବା ଦେଖି ବିରକ୍ତି ପ୍ରକାଶ କରିଥିବା ଜଣାପଡିଛି । ବିଧାୟକ ଶ୍ରୀମହାରଥି ପ୍ରଥମେ ହରିରାଜପୁର ପଞ୍ଚାୟତ ଅର୍ନ୍ତଗତ ସୋମନାଥ ଦେବ ବିଦ୍ୟାପିଠ,ସୁଜନପୁର ପଞ୍ଚାୟତର ମହତାବ ହାଇସ୍କୁଲ,ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ରାଧାକାନ୍ତ ବିଦ୍ୟାପିଠ ଡେଲାଙ୍ଗର ନିର୍ମାଣ କାର୍ଯ୍ୟସ୍ଥଳ ଦେଖିଥଲେ । ସୁଜନପୁର ପଞ୍ଚାୟତର ମହତାବ ହାଇସ୍କୁଲର ନିର୍ମାଣ କାର୍ଯ୍ୟ ବିଳମ୍ବକୁ ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । ସେହି=ପରି ବେରବୋଇ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ରାଧାକାନ୍ତ ବିଦ୍ୟାପିଠର ନିର୍ମାଣ କାର୍ଯ୍ୟକୁ ନେଇ ଶ୍ରୀମହାରଥି ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି । ୫ଟି ଯୋଜନାରେ ସାମିଲି ହୋଇଥିବା ବିଦ୍ୟାଳୟ ଗୁଡିକର କାର୍ଯ୍ୟକୁ ସଠିକ ଭାବେ ନିର୍ମାଣ କରିବା ସହ ନିର୍ଦ୍ଧାରିତ ସମୟ ସିମା ମଧ୍ୟରେ କାର୍ଯ୍ୟ ସାରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ବିଧାୟକ ଶ୍ରୀମହାରଥି ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକଙ୍କ ଗ୍ରସ୍ତ ସମୟରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି,ବିଭାଗୀୟ କନିଷ୍ଠଯନ୍ତ୍ରୀ,ମିଶନଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ,ଜିଲ୍ଲାପରିଷଦ ଦେବାଶିଷ ନନ୍ଦ,ସରପଞ୍ଚ ଓ ସମିତିସଭ୍ୟମାନେ ଉପସ୍ଥିତ ରହିଥିଲେ । ବିଶେଷ କରି ବ୍ଳକ ପ୍ରଶାସନ ଅବହେଳା ଯୋଗୁ କରାଯାଉଥିବା କାମ ମନ୍ଥର ଗତିରେ ଚାଲିଥିବା ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୧୦/୨୦୨୧---୮,୫୦ Sakhigopal News, 19/10/221