Breaking News

ପ୍ରିମିୟର ଲିଗ୍ ଫୁଟବଲ ମ୍ୟାଚ ର ସେମିଫାଇନାଲ ମ୍ୟାଚ ହୋଇଯାଇଛି


 ବରଗଡ଼---  ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ପ୍ରିମିୟର ଲିଗ୍ ଫୁଟବଲ ମ୍ୟାଚ ର ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତାପସ ରଞ୍ଜନ ମିଶ୍ର ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ପ୍ରଥମ ସେମିଫାଇନାଲ୍ ଏକେଏଫସି ଏକାଦଶ ଓ ରାହୁଲ ଏଫ୍ ସି ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକେଏଫସି ଦଳ ୧/୦ ଗୋଲ ରେ ବିଜୟୀ ହୋଇ ଫାଇନାଲ୍ ମ୍ୟାଚ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରେଷ୍ଠ ଖେଳାଳି ଭାବେ କିଶୋର ଭୋଇ ଙ୍କୁ ମନୋନୀତ ହୋଇଥିଲେ । ସେହିପରି ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ଦେବାଂଗନ ଡିଫେଣ୍ଡର ଓ ବୀର ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଦେବାନନ୍ଦ ଡିଫେଣ୍ଡର ୧/୦ ଗୋଲ ରେ ବିଜୟୀ ହୋଇ ଫାଇନାଲ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରେଷ୍ଠ ଖେଳାଳି ଭାବେ ସିଦ୍ଧାର୍ଥ ଝାଙ୍କର ମନୋନୀତ ହୋଇଛନ୍ତି। ଏହି ଖେଳରେ ସହଯୋଗ କରିଥିଲେ ଶତୃଘ୍ନ କର, ରାଜେଶ ବେହେରା, ମହାଦେବ କର ଓ ଅଭିଲାଶ ଭୂଏ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୯/୧୦/୨୦୨୧---୯,୧୦  
 Sakhigopal News,19/10/2021

Blog Archive

Popular Posts