୧୧ କେଜି ଗଞ୍ଜେଇ ଜବତ ,୨ଗିରଫ
ଭଞ୍ଜନଗର--ଭଞ୍ଜନଗର ଥାନା ଅନ୍ତର୍ଗତ ନିଧିଆପଲ୍ଲୀ ବସ ରହଣୀ ସ୍ଥଳରୁ ୨ ଗଞ୍ଜେଇ ବ୍ୟବସାୟୀ ଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୧୧.୫୭୦ଗ୍ରାମ ଗଞ୍ଜେଇ ଜବତ କରିଛି ଭଞ୍ଜନଗର ପୁଲିସ । ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ନିଧିଆପଲ୍ଲୀ ବସ ରହଣୀସ୍ଥଳରେ ଦୁଇ ଜଣ ଗଞ୍ଜେଇ ଧରି ଠିଆ ହୋଇଥିବା ଖବର ପାଇଥିଲା ପୋଲିସ । ପେଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଠିଆ ହେଇଥିବା ୨ ଗଞ୍ଜେଇ ବ୍ୟବସାୟୀକୁ ଗିରଫ କରିବା ସହ ଗଞ୍ଜେଇ କୁ ମଧ୍ୟ ଜବତ କରିଥିବା ଥାନା ଅଧିକାରୀ ସୁଦିପ୍ର କୁମାର ସାହୁ କହିଛନ୍ତି ।ଏହି ଘଟଣାକୁ ନେଇ ଭଞ୍ଜନଗର ଥାନା କେସନଂ ୪୫୩/୨୧ରେ ମାମଲା ରୁଜୁ ହେଇଥିବା ତଦନ୍ତକାରୀ ଅଫିସର ସେହ୍ନ ମଞ୍ଜୁରୀ ସାହୁ କହିଛନ୍ତି । ଗିରଫ ଦୁଇ ଗଞ୍ଜେଇ ବ୍ୟବସାୟୀହେଲେ ଜରଡା ଥାନା ଅନ୍ତର୍ଗତ କେଳୁଆ ଗ୍ରାମର କୃଷ୍ଣ ସାହୁ ଓ ଉର୍ବସୀ ସାହୁ । ଚଢାଉରେ ତହସିଲଦାର ଆଲୋକ ପ୍ରଧାନ,ମନସ୍ବିନୀ ମହାନ୍ତି ସମେତ ପୁଲିସ କର୍ମଚାରୀ ଭାଗ ନେଇଥିଲେ ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧୯/୧୦/୨୦୨୧---୯,୨୦ Sakhigopal News,19/10/2021