ଜଗନ୍ନାଥପ୍ରସାଦ ବ୍ଲକ କାଦୁଆ ପଞ୍ଚାୟତରେ କଂଗ୍ରେସ ର ମିଶ୍ରଣ ପର୍ବ.
ଭଞ୍ଜନଗର--:ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକ ର କାଦୁଆ ଗ୍ରାମ ପଞ୍ଚାୟତରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି । ଏହି ମିଶ୍ରଣ ପର୍ବ ରେ ବିଜେପି ର ସଂଜୀବ କୁମାର ସାହୁ, ରୁଦ୍ର ମଣି ପ୍ରଧାନ, ଜଗବନ୍ଧୁ ଗୌଡ଼, ଭିକାରି ମହାପାତ୍ର, ରଂଜିତ ମହାନ୍ତି, ଶିବ ଦାସ, ମନୁ ଗୌଡ଼, ଭିକାରି ଗୌଡ଼, ହରି ବିଶୋଇ, ଟୁକୁ ବିଶୋଇ ଓ ଶହେରୁ ଉର୍ଦ୍ଧ ବିଜେପି ଓ ବିଜେଡି କର୍ମୀ ଆସି ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ , ଜିଲ୍ଲା କଂଗ୍ରେସ ସମ୍ପାଦକ ଜବାହାରଲାଲ ସାହୁ,ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ମହିଳା କଂଗ୍ରେସ ନେତ୍ରୀ ସୁଷମା ନାୟକ, ଘଡଘଡି ନାୟକ, ବିଦେଶୀ ନାୟକ, କିଶୋର ନାୟକ, ବସନ୍ତ ପଣ୍ଡା, ଡାକ ରଣା, ବଂଶୀଧର ନାୟକ ଓ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
ଏହି ମିଶ୍ରଣ ପର୍ବରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ କଂଗ୍ରେସ କର୍ମୀଙ୍କୁ ଆଗାମୀ ପଂଚାୟତ ନିର୍ବାଚନ ରେ ଦଳ କେମିତି ବିଜୟୀ ହୋଇ ଜଗନ୍ନାଥ ପ୍ରସାଦ ବ୍ଲକ ସମିତି କଂଗ୍ରେସ ହାତକୁ ଆସିବ ସେହି ବିଷୟରେ ଗୁରୁମନ୍ତ୍ର ଦେଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୪/୯/୨୦୨୧---୯,୨୦
Sakhigopal News, 4/9/2021




