Breaking News

ବିଦ୍ୟୁତ ଖୁଣ୍ଠ ସହ ଯୋରକୁ ଓଲଟିଲା ଟ୍ରାକ୍ଟଟର ; ଅଳ୍ପକେ ବର୍ତ୍ତିଲେ ୧୨ ଶ୍ରମିକ=


 ସାକ୍ଷୀଗୋପାଳ ---- ସତ୍ୟବାଦୀ ବିଦ୍ୟୁତ ଉପଖଣ୍ଡରୁ  ୪ଗୋଟି ବିଦ୍ୟୁତ ଖୁଣ୍ଠ ନେଇକି ଏକ ଟ୍ରାକ୍ଟରେ ଐତିହ୍ୟ ସୁଆଣ୍ଡୋ ଗ୍ରାମକୁ ଯାଉଥିଲା । ସୁଆଣ୍ଡୋ ବ୍ରିଜ  ଠାରୁ କେନାଲ ରାସ୍ତା କାମ ନ  ହୋଇ ପଡି ରହିଥିବାରୁ ଟ୍ରାକ୍ଟର ଚାଳକ ଜଣଙ୍କ ଭାର୍ଗବୀ ନଦୀ ବନ୍ଦରେ ନେଉଥିଲେ ।  ଭାରସାମ୍ୟ ହରାଇ ଦେବାରୁ ଗାଡି ୩୦ ଫୁଟତଳକୁ ଯୋରକୁ ଓଲଟି ପଡିଥିଲା ।  ଉକ୍ତ ଗାଡିରେ ଗାଡି ଚାଳକଙ୍କ ସହିତ ୧୨ ଜଣ ଶ୍ରମିକଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ଆହତ ହୋଇ ସାକ୍ଷୀଗୋପାଳ ମେଡିକାଲରେଚିକିତ୍ସା ହେଉଥିବା ଜଣାପଡିଛି ।  ସୁଚନାଯୋଗ୍ୟଯେ ସୁଆଣ୍ଡୋ ଗ୍ରାମକୁ ଯିବା ପାଇଁ କେନାଲ ରାସ୍ତାଟି ଦୀର୍ଘଦିନ ହେବ କାମ ନହୋଇ ପଡି ରହିଛି । ଏହି ରାସ୍ତାଟି  ଗୃହ ଓ ରାସ୍ତା ନିର୍ମାଣବିଭାଗ ଅଧିନରେ ରହିଛି । ଏହା ଆଗରୁ ଆଉ ଏକ ଟ୍ରକ ମଧ୍ୟ ରାସ୍ତା ଅସୁବିଧା ଯୋଗୁ ଓଲଟିଥିଲା ।  ମାତ୍ର ଦୁଇ ଦୁଇଟି ଦୁର୍ଘଟଣା ଘଟିଥିଲେ ମଧ୍ୟ କୌଣସି ଅଘଟଣ ଘଟିନାହିଁ । କେନାଲ ବନ୍ଦ ରାସ୍ତା ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ସତ୍ୱେବି ଏହି ରାସ୍ତା କାମ ହେଉନଥିବା ଗ୍ରାମବାସୀ ମାନେ କହନ୍ତି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୯/୨୦୨୧---୭,୫୫ 

 Sakhigopal News, 16/9/2021

Blog Archive

Popular Posts