Breaking News

ଛତୁ ଓ ପନି ପରିବା ବିଲରେ ବର୍ଷା ପାଣି ଲହଡି ଭାଙ୍ଗୁଛି ; ଚାଷୀ ମୁଣ୍ଡରେ ଚଡକ

 


ସାକ୍ଷୀଗୋପାଳ -------ସତ୍ୟବାଦୀ ବ୍ଳକରେ ଲଗାଣ ବର୍ଷା ଯୋଗୁ  ଅନେକ ଗ୍ରାମ ରାସ୍ତା ଓ ଗହିର ଗୁଡିକ ପାଣି ପ୍ରବାହିତ ହେଉଛି । ବର୍ଷା କମିଥିଲେ ଗ୍ରାମ ଓ ଗହିର ମାନଙ୍କରୁ  ପାଣି କମିନାହିଁ । ବିଶେଷ କରି ଛତୁ ଓ ପନି ପରିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେମାନଙ୍କ କ୍ଷତି ଅଧିକ ହୋଇଛି । ଲକ ଡଉନ ସମୟରେ ଧାର କରଜ କରି ଯୁବକ ମାନେ ଛତୁ ,ପୋଟଳ, ଜହ୍ନି, କଲରା, ଝୁଡୁଙ୍ଗ, ଭେଣ୍ଡି, ଅମୃତଭଣ୍ଡା ଓ କଦଳୀ ଫସଲ କିଆରିରେ  ବର୍ଷା ପାଣି ଜମି ରହିଛି । ବର୍ଷା ପାଣି ଜମି ରହିବା ଯୋଗୁ ଗଛ ଗୁଡିକ ସବୁ ଝୋଲିଆ ମାରି ପଚିବା ଆରମ୍ଭ କରିଛି । ନଦୀ ପଠାରେ ଚାଷ କରିଥିବା ଚାଷୀ ମାନେ ହଠାତ ନଦୀରେ ପାଣି ଆସିଯିବାରୁ ସେମାନେ କିଛି ପନି ପରିବା ତୋଲି ପାରିନାହାନ୍ତି ।  ବିଲରେ ଥିବା ପନିପରିବା ପାଣିରେ ନଷ୍ଟ ହେବାକୁ ବସିଲାଣି ।  ଅନ୍ୟ ପକ୍ଷେ ଛତୁ ଚାଷ କରିଥିବା ଚାଷୀ ମାନଙ୍କର ବେଡ ଗୁଡିକ ପାଣିରେ ଭାସୁଛି । ତୁରନ୍ତ ଉଦ୍ୟାନ ବିଭାଗ ଓ କୃଷି ବିଭାଗ ଏଥି ପ୍ରତି ନଜର ଦେବା ସହ ସଠିକ ତଦନ୍ତ କରି ସରକାରଙ୍କୁ ରିର୍ପୋଟ ଦେବାକୁ ଦାବି ହେଉଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୬/୯/୨୦୨୧---୭,୫୫  

Sakhigopal  News, 16/9/2021

Blog Archive

Popular Posts