ସାକ୍ଷୀଗୋପିନାଥ ଦେବଙ୍କ କାଳୀୟ ଦଳନ ପର୍ବରେ ଅଘଟଣ; ଅଳ୍ପକେ ବର୍ତ୍ତିଲେ ଗରୁଡ
ସାକ୍ଷୀଗୋପାଳ-----ସାକ୍ଷୀଗୋପିନାଥ ଦେବଙ୍କ କାଳୀୟ ଦଳନ ପର୍ବ ପାଳିତ ହେଉଥିବା ସମୟରେ ଏକ ବଡ ଧରଣର ଅଘଟଣ ଘଟି ଯାଇଛି । ପୁରୁଣା ଡଙ୍ଗାରେ ଗରୁଡ ପୋଖରୀରେ ଯାଉଥିବା ବେଳେ ଦ୍ୱିପଦାଣ୍ଡି ଠାରେ ଡଙ୍ଗା ଓଲଟି ପଡିଥିଲା । ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ମାନବରୂପି ଗରୁଡ । ଗରୁଡ ସେବକ ସିଧାସଳକ ମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି । ସୁଚନା ଯୋଗ୍ୟ ଯେ ସାକ୍ଷୀଗୋପିନାଥ ଲବଣିଖିଆ ମଣ୍ଡପରୁ ଭୋଗ ଖାଇ ରାଧାକୁଣ୍ଡ ବା କେତକିଝର ପୋଖରୀ ନିକଟକୁ ବିଳମ୍ବିତ ରାତିରେ ଯାଇଥିଲେ । ସେଠାରେ ଠାକୁରଙ୍କ ନୀତିକାନ୍ତି କରାଯାଇଥିଲା । ପାରମ୍ପରିକ ନୀତି ଅନୁସାରେ ୍ର ଗରୁଡ ଡଙ୍ଗାରୁ ଦ୍ୱୀପିଦାଣ୍ଡିକୁ ଉଠିବା ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ପାଣିରେ ଓଲଟି ପଡିଥିଲା । ନାଉରିଆ ସେବକ ଓ ଜନସାଧାରଣ ତୁରନ୍ତ ଗରୁଡଙ୍କୁ ପାଣିରୁ ଉଦ୍ଧାର କରିଥିଲେ ।ଯାହା ଫଳରେକିଏକ ବଡ ଧରଣର ଅଘଟଣରୁ ରକ୍ଷା ମିଳିଗଲା ବୋଲି ଜନସାଧାରଣରେ ଆଲେଚନା ହୋଉଛି । ଏ ସମ୍ପର୍କରେ ଗରୁଡ ସେବକ ନାରାୟଣ ମହାପାତ୍ର କହନ୍ତି ମନ୍ଦିର ପ୍ରଶାସନର ଅବହେଳା ଯୋଗୁ ଆଜି ଏହି ଦୁର୍ଘଟଣା ଘଟିଛି ବୋଲି ସେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୯/୨୦୨୧----୭,୩୦
Sakhigopal News, 4/9/2021